September 21, 2026

ଉମରକୋଟ ମହାବୀର ଆସୋସିଏସନ୍ କ୍ଲବ୍‌ର ଗଣେଶ ମୂର୍ତ୍ତି ବିସର୍ଜନ ଉତ୍ସବ ସମ୍ପନ୍ନ………

IMG-20260921-WA0010
Share

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ)

 ମହାବୀର ଆସୋସିଏସନ୍ କ୍ଲବ୍‌ ପକ୍ଷରୁ ଚଳିତ ବର୍ଷର ଗଣେଶ ପୂଜା ଓ ମୂର୍ତ୍ତି ବିସର୍ଜନ ଉତ୍ସବ ଅତ୍ୟନ୍ତ ଆଡ଼ମ୍ବର ଓ ଶ୍ରଦ୍ଧାପୂର୍ଣ୍ଣ ପରିବେଶରେ ଶେଷ ହୋଇଯାଇଛି।ଦୀର୍ଘ ସାତ ଦିନ ଧରି ନିଷ୍ଠାର ସହ ଶ୍ରୀ ଗଣେଶଙ୍କ ପୂଜାର୍ଚ୍ଚନା କରାଯିବା ପରେ ଶେଷ ଦିନରେ ବିସର୍ଜନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଶୋଭାଯାତ୍ରାରେ କ୍ଲବ୍‌ର ସମସ୍ତ ସଦସ୍ୟ, ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତି ଓ ସାହିବାସୀ ବହୁ ସଂଖ୍ୟାରେ ଯୋଗଦେଇ “ଗଣପତି ବାପ୍ପା ମୋରିଆ” ଧ୍ବନିରେ ପରିବେଶକୁ ମୁଖରିତ ହୋଇଥିଲା ।ଭକ୍ତମାନେ ବାଜା, ରଙ୍ଗ-ଆବିର ଓ ସାଂସ୍କୃତିକ ନୃତ୍ୟ ଗୀତର ତାଳେ ତାଳେ ଗଣପତିଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ। ନିର୍ଦ୍ଧାରିତ ମାର୍ଗ ଦେଇ ଶୋଭାଯାତ୍ରା ପରିକ୍ରମା କରିବା ପରେ ନିକଟସ୍ଥ ଜଳାଶୟରେ ନିୟମାନୁସାରେ ଓ ପରିବେଶ-ଅନୁକୂଳ ଉପାୟରେ ପ୍ରଭୁଙ୍କ ମୂର୍ତ୍ତି ବିସର୍ଜନ କରାଯାଇଥିଲା। ବିସର୍ଜନ ପରେ ଶ୍ରଦ୍ଧାଳୁ ମାନଙ୍କୁ ମଧ୍ୟରେ ପ୍ରସାଦ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଶାନ୍ତିପୂର୍ଣ୍ଣ ଓ ସଫଳତାର ସହ ସମ୍ପାଦନ କରିଥିବାରୁ କ୍ଲବ୍‌ର ସଭାପତି, ସମ୍ପାଦକ ଓ ଅନ୍ୟାନ୍ୟ କର୍ମକର୍ତ୍ତା ସମସ୍ତ ଗ୍ରାମବାସୀ, ପ୍ରଶାସନ ଓ ସହଯୋଗୀମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି।