September 21, 2026
ajiro khabar
Share

 

 

୧-ରାଜ୍ୟର ସମସ୍ତ ହସ୍ପିଟାଲକୁ ସରକାରଙ୍କ ନୋଟିସ:ବୈଧ ବିଲ୍ଡିଂ ଅନୁମୋଦନ ଦାଖଲ ନିର୍ଦ୍ଦେଶ।

 

୨-ବିଧାନସଭା ଅଧିବେଶନ ଲାଗି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା:ଜଗିବେ ୩୬ ପ୍ଲାଟୁନ୍ ଫୋର୍ସ,୧୩୪ ଅଧିକାରୀଙ୍କୁ ଦାୟିତ୍ୱ।

 

୩-ଦକ୍ଷିଣ ଓଡ଼ିଶା ଆଡ଼କୁ ମୁହାଁଉଛି ଗଭୀର ଅବପାତ: ଆଜିଠୁ ୨୩ ଯାଏଁ ମତ୍ସ୍ୟଜୀବୀଙ୍କ ସମୁଦ୍ର ପ୍ରବେଶ ଉପରେ କଟକଣା ଲାଗୁ।

 

୪-ମୋହନଙ୍କୁ ଭେଟିବା ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବୟାନ:ମହାନଦୀ ବିବାଦୀୟ ପ୍ରସଙ୍ଗ ନୁହେଁ।

 

୫-ଏମ୍ଏମ୍‌ଡିଆର୍ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି, ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ଗୃହୀତ କରାଇବାକୁ ଦାବି।

 

୬-କଟକ: ସମ୍ବଲପୁର ଓ୍ବାରିୟରସ୍ ଠାରୁ କଟକ ପାନ୍ଥରସ୍ ୯ ରନ୍ ରେ ହାରିଲା।

 

୭-ଭୁବନେଶ୍ୱର:ସକାଳ ୮ରୁ ସଂଧ୍ୟା ୮ ଯାଏଁ ଖୋଲା ରହିବ ପରିଜା ଲାଇବ୍ରେରୀ।

 

୮-ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି: ବିଧାନ ସଭା ଘେରାଉ କରିବ ଯୁବ -ଛାତ୍ର‌ ବିଜେଡି।

 

୯-ଚୌଦ୍ୱାର ଜେଲରୁ ବିହାରୀ କଏଦୀ ଚମ୍ପଟ ଘଟଣା; ଶେଷରେ ବନ୍ଧାହେଲେ ଜେଲ୍ ସୁପରିନଟେଣ୍ଡେଣ୍ଟ।

 

୧୦-ଭୁବନେଶ୍ୱର:ପୁଲିସ ପୋଷାକ ପିନ୍ଧି ରିଲ୍ସ କିମ୍ବା ଭିଡିଓ ପ୍ରସ୍ତୁତ କରି ସୋସିଆଲ୍ ମିଡିଆରେ ପୋଷ୍ଟ କରିବା ଉପରେ ଲାଗିଲା ପ୍ରତିବନ୍ଧକ।

 

୧୧-ଭାରତୀୟ ମହିଳା ହକିର ଧମାକାଦାର ଆରମ୍ଭ , ଉଜ୍‌ବେକିସ୍ତାନକୁ ୧୯-୦ରେ ଧୋଇଲା ଟିମ୍ ଇଣ୍ଡିଆ।

 

୧୨-ଗଞ୍ଜାମ:ଭିଜିଲାନ୍ସ ଜାଲରେ ହିଞ୍ଜିଳିକାଟୁ ICDS ସୁପର ଭାଇଜର ଓ JRA, ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କଲା ଭିଜିଲାନ୍ସ।

 

୧୩-ଆଠଗଡ଼:ଭିରୁଡାରେ ଅବକାରୀ ଚଢାଉ, ୨୧୨୩ ଲିଟର ମଦ ଜବତ,୪ଟି ମାମଲା ରୁଜୁ।

 

୧୪-ଜୟଦେବ ବିହାର: ପହଞ୍ଚିଲା ୭ ମୃତ ଦେହ,ଶୋକରେ ଭିଜିଲା ଆତ୍ମାରାମ ବସ୍ତି।

 

୧୫-ଛତ୍ରପୁର:ଅନଲାଇନ୍ ବେଟିଂ ଆପ୍ ଠକେଇ ନେଟୱର୍କର ପର୍ଦ୍ଦାଫାସ; ୩ ଅଭିଯୁକ୍ତ ଗିରଫ।

 

୧୬-ଏସିଆଡ୍ ମହିଳା କ୍ରିକେଟ୍ ରେ ଆସନ୍ତା କାଲି ଭାରତ ଶ୍ରୀଲଙ୍କା ମଧ୍ୟରେ ହେବ ଫାଇନାଲ ମ୍ୟାଚ୍।

 

୧୭-ନୂଆଦିଲ୍ଲୀ: ଆସନ୍ତା ୨୮ରୁ ପୁଣି ତିନିଦିନିଆ ବ୍ୟାଙ୍କ ଧର୍ମଘଟ ହେବ।

 

୧୮-ଚନ୍ଦ୍ରଶେଖରନଙ୍କ ପୁନଃନିଯୁକ୍ତିକୁ ନେଇ ବିବାଦ,ଟାଟା ସନସ୍ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କଲା ଟାଟା ଟ୍ରଷ୍ଟ।

 

୧୯-ସାଉଦୀ ଆରବକୁ ସମର୍ଥନ ଏବେ ପାକିସ୍ତାନକୁ ପଡୁଛି ମହଙ୍ଗା, ଶହବାଜ ସରକାରଙ୍କ ନିଦ ହଜେଇ ଦେଇଛି ହୁତିଙ୍କ ଚେତାବନୀ।

 

୨୦-ମସ୍କୋ ଉପରେ ୟୁକ୍ରେନର ବଡ଼ ଆକ୍ରମଣ: ଗୋଟିଏ ରାତିରେ ହଜାର ଡ୍ରୋନ୍ ମାଡ଼।