September 21, 2026

ଉମରକୋଟ ନିକଟସ୍ଥ ସିଂସାରି ଫାଣ୍ଡି କ୍ୱାର୍ଟରରେ ଯୁବତୀଙ୍କୁ ନେଇ ବିବାଦ ଫାଣ୍ଡି ଅଧିକାରୀଙ୍କ କ୍ୱାର୍ଟରକୁ ବାହାରୁ ତାଲା, ଗ୍ରାମବାସୀ ପହଞ୍ଚିବା ପରେ ଖୋଲିଲା କାର୍‌ରେ ଚାଲିଗଲେ ଯୁବତୀ…..

IMG-20260921-WA0009
Share

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଉମରକୋଟ ବ୍ଲକ ଅନ୍ତର୍ଗତ ସିଂସାରି ଫାଣ୍ଡିରେ ଜଣେ ଯୁବତୀଙ୍କ ଉପସ୍ଥିତିକୁ ନେଇ ଚର୍ଚ୍ଚା ଓ ବିବାଦ ଦେଖାଦେଇଛି। ରାତିରେ ଫାଣ୍ଡି ଅଧିକାରୀଙ୍କ ସରକାରୀ କ୍ୱାର୍ଟରରେ ଜଣେ ଯୁବତୀ ଥିବା ନେଇ ଅଭିଯୋଗ ଉଠିବା ପରେ କେତେକ ଲୋକ କ୍ୱାର୍ଟର ବାହାରୁ ତାଲା ପକାଇ ଦେଇଥିବା ଜଣାପଡ଼ିଛି।ଘଟଣା ଜଣାପଡ଼ିବା ପରେ ଗ୍ରାମବାସୀ ସେଠାରେ ପହଞ୍ଚିଥିଲେ। ସେମାନଙ୍କ ଉପସ୍ଥିତିରେ କ୍ୱାର୍ଟରର ତାଲା ଖୋଲାଯାଇଥିବା କୁହାଯାଉଛି। ପରେ ଯୁବତୀ ଜଣକ ଏକ କାର୍‌ରେ ସେଠାରୁ ଚାଲିଯାଇଥିବା ଅଭିଯୋଗ ହୋଇଛି। ଘଟଣା ପରେ ସିଂସାରି ଫାଣ୍ଡି ଅଧିକାରୀଙ୍କୁ ନବରଙ୍ଗପୁରକୁ ବଦଳି କରାଯାଇଥିବା ସୂଚନା ମିଳିଛି। ତେବେ ଏହି ବଦଳି ଘଟଣାର ସିଧାସଳଖ ପରିଣାମ କି ନାହିଁ, ସେନେଇ ଅଧିକାରିକ ଭାବେ ସ୍ପଷ୍ଟ ତଥ୍ୟ ମିଳିନାହିଁ। ଅନ୍ୟପକ୍ଷରେ, ଘଟଣାର ପ୍ରକୃତ ସତ୍ୟତା ଜାଣିବା ପାଇଁ ଉଚ୍ଚ ପଦାଧିକାରୀଙ୍କ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ସୂଚନା ମିଳିଛି। କ୍ୱାର୍ଟରରେ ଯୁବତୀ କାହିଁକି ଥିଲେ, ବାହାରୁ ତାଲା କିଏ ପକାଇଥିଲା ଏବଂ ଘଟଣାର ପ୍ରକୃତ ପୃଷ୍ଠଭୂମି କ’ଣ—ତଦନ୍ତ ପରେ ଏହା ସ୍ପଷ୍ଟ ହେବ। ସମ୍ପୃକ୍ତ ଫାଣ୍ଡି ଅଧିକାରୀଙ୍କ ପକ୍ଷରୁ ଘଟଣା ନେଇ ତତ୍କାଳ କୌଣସି ପ୍ରତିକ୍ରିୟା ମିଳିନାହିଁ।