April 28, 2026

ଗଜପତି ଜିଲ୍ଲାର କାଶୀନଗର ବଂଶଧାରା ନଦୀ ବାଲି ମାଫିଆଙ୍କ ଭୂସ୍ୱର୍ଗ ପାଲଟିଛି

IMG-20240921-WA0027
Share

 

ପାରଳାଖେମୁଣ୍ଡି:(ଗରୁଡ଼ ଧ୍ୱଜ ଚୌଧୁରୀ)

ଗଜପତି ଜିଲ୍ଲାର ବଂଶଧାରା ନଦୀର ବାଲି ଆନ୍ଧ୍ରରେ ସୁନା ଭଳି ବିଶେଷ ଚାହିଦା ରହିଛି. ଏଣୁ ପ୍ରତ୍ୟେକ ଦିନ ଗଜପତି ଜିଲ୍ଲାର କାଶୀନଗର ବଂଶଧାରା ନଦୀରୁ ଚୋରା ବାଲିଚାଲାଣ ଚାଲୁ ରହିଛି. ସ୍ଥାନୀୟ ଖଣି ବିଭାଗ ଓ ପୋଲିସ ବ୍ୟାପକ ଧରପଗଡ଼ କରିବା ସହ ଅନେକ ଗାଡି ଟ୍ରକ ଆଦିକୁ ଜବତ କରୁଛନ୍ତି. ତଥାପି ଏହି ଚୋରା ବାଲିଚାଲାଣ ବନ୍ଦ ହୋଇପାରୁନାହିଁ. କେତେକ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀ ସମେତ ଏ ଅଞ୍ଚଳର କେତକ ନେତାଙ୍କ ଏଵଂ ହାତ ଗଣତି କେତେକ ଦଲାଲଙ୍କ ଯୋଗୁ କାଶୀନଗର ବଂଶଧାରା ନଦୀ ଅଞ୍ଚଳ ଚୋରା ବାଲି ମାଫିଆଙ୍କ ଭୂସ୍ୱର୍ଗ ପାଲଟିଛି. ପ୍ରାପ୍ତ ସୂଚନା ଅନୁଯାୟୀ ଗତ କିଛି ଦିନ ତଳେ ଦୁଇଟି ଆନ୍ଧ୍ରର ହାଇଓ୍ବା ଗାଡି ବାଲି ଭର୍ତ୍ତି କରି ନେଉଥୁବା ବେଳେ ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ଛକରେ ଖଣି ବିଭାଗ ଓ କାଶୀନଗର ପୋଲିସ ଦ୍ୱାରା ଧରପଗଡ଼ କରି ଧରା ଯାଇଛି. ଏହି ଚୋରା ବାଲି ଗୋଟିଏ ଗୋଟିଏ ହାଇୱାକୁ ୫ ଲକ୍ଷ ଟଙ୍କା ଲେଖାଏଁ ଜରିମାନା କରାଯାଇଥିବା ଖଣି ଅଧିକାରୀ ଦିପେନ ପରିଡା ଗଣ ମାଧ୍ୟମ କୁ ସୂଚନା ଦେଇଛନ୍ତି. ଏଠାରେ ଉଲ୍ଲେଖଯୋଗ୍ୟଯେ, ପ୍ରତ୍ୟେକ ଦିନ ବିନା ରସିଦ ଓ ଫେକ ୱେ ବିଲ ଦ୍ୱାରା ବିଭିନ୍ନ ପ୍ରକାର ଗାଡ଼ିରେ କାଶୀନଗର ବଂଶଧାରା ନଦୀରୁ ଆନ୍ଧ୍ରକୁ ବାଲି ଚୋରା ଚାଲାଣ ଚାଲୁ ରହିଛି. ଏନେଇ ପଦସ୍ଥ କର୍ମକର୍ତ୍ତା ସୁଚିନ୍ତିତ ଉପାୟରେ କଡା ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି.