April 28, 2026

ଉପମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଙ୍କ ସାରଳା ମନ୍ଦିର ପରିଦର୍ଶନ ଓ ରୂପାନ୍ତକରଣ କାର୍ଯ୍ୟର ସମୀକ୍ଷା !!  

IMG-20240921-WA0016
Share

ତିର୍ତ୍ତୋଲ ::-ଗତ କିଛିଦିନ ପୂର୍ବରୁ ରାଜ୍ୟ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ବାଣୀ କ୍ଷେତ୍ର ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଙ୍କ ପୀଠ ପରିଦର୍ଶନ ରେ ଆସିଥିବା ବେଳେ, ଶନିବାର ଦିନ ଗୋଟାଏ ବେଳେଅନ୍ୟତମ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ସାରଳାପୀଠ ପରିଦର୍ଶନ ରେ ଏଠାରେ ପହଞ୍ଚିବା ପରେ, ତାଙ୍କୁ ସାରଳା ମନ୍ଦିର ପ୍ରଶାସନ ତରଫରୁ ଜଗତସିଂହପୁର ଜିଲ୍ଲାର ଉପ ଜିଲ୍ଲାପାଳ ବିବୁଧ ଗଡ଼ ନାୟକ,ପାରାଦୀପ ଏ ଡି ଏମ୍ ଲଳିତ ବେହେରା, ସହକାରୀ ଜିଲ୍ଲାପାଳ ତଥା ସାରଳା ମନ୍ଦିର ପ୍ରଶାସନର କର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତାପ କୁମାର ଜେନା ଓ ପଦାଧିକାରୀ ବରଦା ପ୍ରସାଦ ମହାନ୍ତି ପ୍ରମୁଖ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ବାଗତ କରିଥିବା ବେଳେ, ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର,ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ କ୍ରୀଷ୍ଣା ମାହାନ୍ତି ପୁର୍ବତନ ସଭାପତି ଉପେନ୍ଦ୍ର ନାଥ ବିଶ୍ବାଳ,ଯୁବନେତା ଅଶୋକ କୁମାର ମହାନ୍ତି , ସାରଳା ମଣ୍ଡଳ ସଭାପତି ରୂପକ ଖୁଣ୍ଟିଆ , ବିରିତୋଳ ପଞ୍ଚାୟତ ବିଜେପି ସଭାପତି ସ୍ବପ୍ନସରିତ୍ ପରିଡ଼ା , ରୋଜାଲିନି ନାୟକ , ରଜନୀକାନ୍ତ ରାଉଳ ଓ ପ୍ରକାଶ ଚନ୍ଦ୍ର ସିଂହ ପ୍ରମୁଖ ଅନୁରୂପ ଭାବରେ ବହୁ ଦଳୀୟ ସମର୍ଥକମାନଙ୍କ ସହିତ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରି ସ୍ବାଗତ କରିବା ସହିତ ମନ୍ଦିର ବେଢ଼ା ଭିତରକୁ ପାଛୋଟି ନେଇଥିଲେ!ତାଙ୍କ ସହିତ ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ ମାଆ ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପରେ ବେଢ଼ା ପରିକ୍ରମା କରିଥଲେ। ପରେ ପରେ, ସାରଳା ମନ୍ଦିର କାର୍ଯ୍ୟାଳୟ ରେ ଉଭୟ ନେତା, ସାରଳା ମନ୍ଦିରର ରୂପାନ୍ତକରଣ କାର୍ଯ୍ୟର ସମୀକ୍ଷା କରିଥଲେ। ଏହି ଆଲୋଚନାରେ ମାଆଙ୍କ ମୂଖ୍ୟପୂଜକ ରଞ୍ଜନ କୁମାର ପଣ୍ଡା, ସାରଳା ସାହିତ୍ୟ ସଂସ୍କୃତି ଓ ମହିମା ପ୍ରଚାରକ ରମାକାନ୍ତ ରାଉଳ, ବରିଷ୍ଠ ସେବାୟତ ଲକ୍ଷ୍ମୀଧର ମହାପାତ୍ର , ହରେକୃଷ୍ଣ ରାଉଳ, ନୃସିଂହ ଚରଣ ନାୟକ ପ୍ରମୁଖ ଅଂଶ ଗ୍ରହଣ କରି, ସାରଳାପୀଠର ନବୀକରଣ କାର୍ଯ୍ୟ ର ସଫଳ ରୂପାୟନ ନିମନ୍ତେ, ରାଜ୍ୟ ସରକାରଙ୍କ ତରଫରୁ ଆଉ ଅଧିକ ୫୦ କୋଟି ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ, ସିଂହଦ୍ବାର ସମ୍ମୁଖସ୍ଥ ଦୋଳ ମଣ୍ଡପ ର ସ୍ଥାନାନ୍ତକରଣ , ପୀଠର ସମ୍ପ୍ରସାରଣ ନିମନ୍ତେ ଆବଶ୍ୟକୀୟ ଜମି ଅଧିଗ୍ରହଣ , ପାନ୍ଥନିବାସ ଓ ଜଳସମ୍ପଦ ବିଭାଗ ତରଫରୁ ହୋଇଥିବା ଝଙ୍କଡ଼ ବିଶ୍ରମାଗାର ର ଲୋକାର୍ପଣ, ପୀଠକୁ ସଂଯୋଗ କରୁଥିବା ରାସ୍ତାଘାଟ ର ସମ୍ପ୍ରସାରଣ ନିମନ୍ତେ ଆବଶ୍ୟକୀୟ ଆଶୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଆପତ୍ତି ଅଭିଯୋଗ କରିଥଲେ। ଏହି ଅବସରରେ ଉପମୂଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ସଙ୍ଗେ ସଙ୍ଗେ ଓ ବି ସି ସି ର ସର୍ବୋଚ୍ଚଯନ୍ତ୍ରୀ ଅଜିତ୍ କୁମାର ବାବୁ ଓ ଏ ସି ବିରଞ୍ଚି ନାରାୟଣ ପାତ୍ର ଙ୍କ ଠିକାଦାରୀ ସଂସ୍ଥାର ଅଧିକାରୀ ମାନଙ୍କୁ ଡ଼କାଇ, ମାଷ୍ଟର ପ୍ଲାନ ର ନକ୍ସା ଦେଖିବା ସହିତ, ଚାଲିଥିବା କାମର ମଧ୍ୟ ସବିଶେଷ ତଥ୍ୟ ବିଷୟ ଆଲୋଚନା କରି ଥିଲେ । ପୀଠରୁ ବିଦାୟ ନେବା ପୁର୍ବରୁ ବିଭିନ୍ନ ଗଣମାଧ୍ୟମ ର ପ୍ରଶ୍ନର ଉତ୍ତରରେ, ଉପମୁଖ୍ୟ ମନ୍ତ୍ରୀ କହିଲେ ଯେ ସାରଳା ପୀଠର ବିକାଶ ପାଇଁ , ଯାହା ଆବଶ୍ୟକ ରହିଛି, ସେସବୁ କରାଯିବ। ସେଥିପାଇଁ ସରକାର ଙ୍କ ପାଖରେ ଅର୍ଥର ଅଭାବ ନାହିଁ। ମାଆଙ୍କ ପଣ୍ଡା ସେବକ ମାନେ ଓ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ଏ ବିଷୟରେ ମୋତେ ଅବଗତ କରାଇଛନ୍ତି। ଏଥିପାଇଁ ସରକାର ଯତ୍ନବାନ ଅଛନ୍ତି। ତେବେ ଦେଖିବାକୁ ବାକି ରହିଲା ମାନନୀୟl ଉପମୂଖ୍ୟମନ୍ତ୍ରୀ ଙ୍କର ଏହି ପ୍ରତିଶୃତି ବାସ୍ତବରେ କେବେ କାର୍ଯ୍ୟକାରୀ ହେଉଛି।

ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୂଜ ଉପାନ୍ତ ଖବର !!

You may have missed