November 26, 2024

କୁଡାସିଂହା ଗ୍ରାମରେ ପରିବେଶ ସଚେତନତା ଅଭିଯାନ

Share

 

ପଦ୍ମପୁର : (ଜୟନ୍ତ କୁମାର ସେଠ) ବରଗଡ ଜିଲ୍ଲା ପଦ୍ମପୁର ବ୍ଳକ ଅନ୍ତର୍ଗତ କୁଡାସିଂହା ଗ୍ରାମରେ ପରିବେଶ ସଚେତନତା ଅଭିଯାନ ଆରମ୍ଭ ହୋଇଅଛି। କଂସର ସରପଞ୍ଚ ଶ୍ରୀଯୁକ୍ତ ଆନନ୍ଦ ବେହେରାଙ୍କ ସଭାପତିତ୍ବ ଓ ପ୍ରକୃତିବଂଧୁ ମୀନକେତନ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ସଚେତନତା ସଭାରେ ମୂଖ୍ଯ ଅତିଥି ଭାବରେ ବିଶିଷ୍ଟ ସମାଜସେବୀ ଗୋବର୍ଦ୍ଧନ ଭୁଏ, ସମ୍ମାନିତ ଅତିଥି ଭାବରେ ଓମପ୍ରକାଶ ଅଗ୍ରୱାଲ, ସୁନୀଲ ଅଗ୍ରୱାଲ, ନିରୋଜ ଦାଶ,ନାଏବ ସରପଞ୍ଚ ମାଧୁରୀ ବରିହା ପ୍ରମୁଖ ଅଂଶଗ୍ରହଣ କରି ପରିବେଶ ସୁରକ୍ଷାରେ ବୃକ୍ଷର ଭୂମିକା ,ଶିଶୁଟିଏ ଗଛଟିଏ,ମାଁ ପାଇଁ ଗଛଟିଏ ସଂପର୍କରେ ନିଜ ନିଜର ବକ୍ତବ୍ଯରେ ଉପସ୍ଥାପନ କରିଥିଲେ। ଜିଲ୍ଲା ପରିବେଶ ସୁରକ୍ଷା ମଂଚ ବରଗଡ ସଂପାଦକ ପ୍ରକୃତିବଂଧୁ ମୀନକେତନ ସାହୁ ବିଶ୍ବ ଉତ୍ତାପନ ଓ ଜୀବଜଗତ ଉପରେ ଏହାର ପ୍ରଭାବ, ଜଳବାୟୁ ପରିବର୍ତ୍ତନ, ବୃକ୍ଷ ରୋପଣ ଓ ଜଂଗଲ ସଂରକ୍ଷଣ ଉପରେ ବିସ୍ତୃତ ଆଲୋକପାତ କରିଥିଲେ।ଓମପ୍ରକାଶ ଅଗ୍ରୱାଲଙ୍କ 66ତମ ଜନ୍ମ ବାର୍ଷିକୀ ଅବସରରେ ପଚାଶ ଜଣଙ୍କୁ ଅତିଥିମାନଙ୍କ ଦ୍ଵାରା ଅଶୋକ ଚାରା ପ୍ରଦାନ କରାଯାଇଥିଲା ଓ ନିଜ ନିଜର ଘର ବାଡିରେ ରୋପଣ କରି ସୁରକ୍ଷିତ ରଖିବା ପାଇଁ ପରାମର୍ଶ ଦିଆଯାଇଥିଲା। ଠିକ ସେହିପରି ଗଡଭାଟି ଗ୍ରାମରେ ପରିବେଶ ସଚେତନତା ସଭା ଆୟୋଜନ କରାଯାଇ ଓମପ୍ରକାଶ ଅଗ୍ରୱାଲାଙ୍କ ଜନ୍ମ ଦିନ ଉପଲକ୍ଷେ ଉପସ୍ଥିତ ଇଚ୍ଛୁକ ପଚାଶ ଜଣଙ୍କୁ ଅଶୋକ ଚାରା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଟିକେଲାଲ ବରିହା, ଧନେଶ୍ଵର ବଙ୍କା,ଭୀମସେନ ପଟେଲ,ବାଲକୃଷ୍ଣ ବରିହା,ଗୀତାଞ୍ଜଳି ପାଣ୍ଡେ, ସିଆରପିସିଏମ୍ ମିନାକ୍ଷୀ ସାହା,ଚନ୍ଦ୍ରାବତୀ ବରିହା, ଲକ୍ଷ୍ମୀ ମେହେର, ସାବିତ୍ରୀ ସାହା ପ୍ରମୁଖ ସକ୍ରୀୟ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସାଫଲ୍ଯ ମଣ୍ଡିତ କରିଥିଲେ।

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.