August 23, 2026

ନୂଆଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ

IMG-20260821-WA0053
Share

 

 

ଉଲୁଣ୍ଡା, ୨୧/୮ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମାଟୁପାଲି ବୀର ସୁରେନ୍ଦ୍ର ସାଏ କ୍ଲବ ତରଫରୁ ଚଳିତବର୍ଷ ଗଣେଶ ପୂଜା ଓ ନୂଆଖାଇ ଭେଟଘାଟ ପାଇଁ ଗୋପାଳଜୀ ମନ୍ଦିର ପ୍ରାରଙ୍ଗରେ ଅନୁଷ୍ଠିତ ହୋଇଯାଇଛି।

ପ୍ରଶାନ୍ତ ମେଲ୍ଲୀଙ୍କ ତତ୍ୱାବଧାନରେ ଆୟୋଜିତ ବୈଠକରେ କ୍ଲବର ସମ୍ପାଦକ ଶମ୍ଭୁରାଜ କର୍ଣ୍ଣ ଉପସ୍ଥିତ ରହି ଗତବର୍ଷ ପରି ଚଳିତ ବର୍ଷ ପାଇଁ ମଧ୍ୟ ଧୁମଧାମରେ ପାଳନ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ଗଙ୍ଗାଧର ବାଘ ବିବରଣୀ ପାଠ କରିଥିବା ବେଳେ କ୍ଳବର ସଦସ୍ୟ ଦେବାଶିଷ କମ୍ପ, ଗୋପୀ ଦେହେରି, ବାଦଲ ମାଝୀ, ରାହୁଲ ଗରିଆ, ଜିତୁ ସାହୁ, ସୁଶାନ୍ତ ଠାକୁର, ପ୍ରିତମ ଭୁକ୍ତା, ଦୀପକ ବାଘ, ଶିବା ଦେହେରି, ପ୍ରମୁଖ ଉପସ୍ଥିତ ଥିଲେ।