ବନ୍ଧୁଗାଁରେ ଅବକାରୀ ଚଢ଼ାଉ: ୧୬୦୦ ଲିଟର ମହୁଆ ପୋଚ ନଷ୍ଟ

ବନ୍ଧୁଗାଁ, ୨୦/୦୮/୨୦୨୬: ଅବକାରୀ ଚୋରା କାରବାର ବିରୋଧରେ ବନ୍ଧୁଗାଁ ପୋଲିସ ପକ୍ଷରୁ ଆଜି ଏକ ବଡ଼ ଧରଣର ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ପ୍ରାୟ ୧୬୦୦ ଲିଟର ମହୁଆ ପୋଚ ଜବତ କରି ନଷ୍ଟ କରାଯାଇଛି।
ପୋଲିସ ପକ୍ଷରୁ ଅବକାରୀ ବିରୋଧୀ ଅଭିଯାନକୁ ଜୋରଦାର କରାଯାଇଥିବା ବେଳେ ଅବୈଧ ମଦ ପ୍ରସ୍ତୁତି ଓ କାରବାର ଉପରେ ନଜର ରଖାଯାଉଛି। ଏହି ଚଢ଼ାଉ ଫଳରେ ବିପୁଳ ପରିମାଣର ମହୁଆ ପୋଚ ନଷ୍ଟ ହେବା ସହ ଅବୈଧ ମଦ ପ୍ରସ୍ତୁତିକାରୀଙ୍କ ମଧ୍ୟରେ ଛାନିଆ ସୃଷ୍ଟି ହୋଇଛି।
ଆଗାମୀ ଦିନରେ ମଧ୍ୟ ଏଭଳି ଅବୈଧ କାରବାର ବିରୋଧରେ ଚଢ଼ାଉ ଜାରି ରହିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।(ଗୁପ୍ତେଶ୍ୱର ରଥ କୋରାପୁଟ)
