October 8, 2026

ଭାରତୀୟ ମଜଦୁର ସଙ୍ଘ ର ରାଜ୍ୟ ଅଧିବେଶନ ଅନୁଷ୍ଠିତ

IMG-20261008-WA0065
Share

 

ଭାରତୀୟ ମଜ଼ଦୁର ସଂଘ ଅନୁବନ୍ଧିତ ଓଡ଼ିଶା କୃଷି ଏଵଂ ଗ୍ରାମୀଣ ମଜ଼ଦୂର ସଂଘ ର ରାଜ୍ୟ ଅଧିବେଶନ ଅନ୍ନପୂର୍ଣା ରଙ୍ଗମଞ୍ଚ, ପୁରୀ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଭଗଵାନ ବିଶ୍ୱକର୍ମା, ଭାରତ ମାତା ଓ ସଂଘ ପ୍ରତିଷ୍ଠାତା ଦତ୍ତୋପନ୍ତ ଠେଙ୍ଗଡି ଜୀ ଙ୍କ ଫଟୋ ଚିତ୍ର ରେ ପୁଷ୍ପ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଆରମ୍ଭ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମ ରେ ନିର୍ମାଣ ମଜ଼ଦୂର ମହାସଂଘ ର ରାଜ୍ୟ ସମ୍ପାଦକ ଡାକ୍ତର ମହନ୍ତ ଉଦଘାଟନ କରିଥିଲେ।

କୃଷି ଶ୍ରମିକ ମାନଙ୍କ ସମସ୍ୟା ଉପରେ ସଂଗଠନ ର ସାଧାରଣ ସମ୍ପାଦକ ଶ୍ରୀ ଲକ୍ଷ୍ମଣ ଦାସ ଆଲୋଚନା କରିଥିଲେ। ଏହା ପରେ ଭାରତୀୟ ମଜ଼ଦୂର ସଂଘ ର ପରମ୍ପରା ଅନୁସାରେ ପୁରୁଣା କମିଟି କୁ ରାଜ୍ୟ ମହାସଂଘ ର ସାଧାରଣ ସମ୍ପାଦକ ଭଙ୍ଗ କରିଥିଲେ ଓ ନୂତନ କମିଟି ର ନାମ ଘୋଷଣା କରିଥିଲେ। ଯଥା :-

ସଭାପତି – ଶ୍ରୀ ଅରୁଣ କୁମାର ଲେଙ୍କା (ରାୟଗଡା)

ଉପସଭାପତି -୧ – ଶ୍ରୀ ସୁରେନ୍ଦ୍ର କର(କଳାହାଣ୍ଡି)

ଉପସଭାପତି -୨- ଶ୍ରୀ ବାବୁଲାଲ ମାଝୀ(ନୂଆପଡା)

ସାଧାରଣ ସମ୍ପାଦକ – ଶ୍ରୀ ବିଶ୍ୱରଂଜନ ଶାହ(କଳାହାଣ୍ଡି)

ସମ୍ପାଦକ -୧- ଶ୍ରୀମତୀ ଦୀପିକା ମହାରଣା(କେନ୍ଦୁଝର)

ସମ୍ପାଦକ -୨- ସ୍ଵଦୀପ ନାୟକ (ଗଞ୍ଜାମ)

କୋଷାଧକ୍ଷ – ଶ୍ରୀ ବୁଦ୍ଧିରଂଜନ ମହାନ୍ତ(ମୟୁରଭଞ୍ଜ)

ଶେଷରେ ନୂତନ ସାଧାରଣ ସମ୍ପାଦକ ଆଗାମୀ ଦିନରେ କୃଷି ଶ୍ରମିକ ମାନଙ୍କର ସାମଜିକ ସୁରକ୍ଷା କୁ ସଠିକ ସମୟରେ ପହଂଚାଇବା ପାଇଁ ଯଦି ସରକାର ଦାୟିତ୍ୱ ନା ନିଅନ୍ତି, ବାଧ୍ୟ ହୋଇ ସଂଘ ଓଡ଼ିଶାର ପଂଚାୟତ ରୁ ରାଜ୍ୟଧାନୀ ପର୍ଯ୍ୟନ୍ତ ଆନ୍ଦୋଳନ କୁ ଓଲ୍ହାଇବ। ଶେଷରେ ନୂତନ ସଭାପତି ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା କାର୍ଯ୍ୟ କୁ ସମାପ୍ତ ଘୋଷଣା କଲେ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ