August 21, 2026

ରକ୍ତ ଦେବ ତ ଏମିତି … ବିର୍ଲାନୁରେ ମେଗା ରକ୍ତଦାନ ଶିବିର, ଶ୍ରମିକ-କର୍ମଚାରୀ ଦେଲେ ୨୦୨ ୟୁନିଟ୍ ରକ୍ତ

IMG-20260820-WA0105
Share

 

 

ବାଲେଶ୍ବର ( ଦେବାଶିଷ ଦାଶ )

 

ସୋମନାଥପୁର ଶିଳ୍ପାଞ୍ଚଳସ୍ଥିତ ବିର୍ଲାନୁ କାରଖାନାରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । କାରଖାନାର ଶ୍ରମିକ ଓ କର୍ମଚାରୀଙ୍କ ଭିତରେ ରକ୍ତ ଦେବା ପାଇଁ ପ୍ରବଳ ଉତ୍ସାହ ଦେଖାଯାଇଥିଲା । ଶିବିରକୁ କାରଖାନା ପରିଚାଳକ ପିତବାସ ବେହେରା ଏବଂ ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟ ମିଳିତଭାବେ ଉଦଘାଟନ କରିଥିଲେ । ପରିଚାଳକ ଶ୍ରୀ ବେହେରା ରକ୍ତଦାତାଙ୍କୁ ରକ୍ତଦାନ ପାଇଁ ଉତ୍ସାହିତ କରିଥିଲେ । ରକ୍ତ କିଭଳି ଅନ୍ୟର ଜୀବନ ରକ୍ଷା କରିପାରେ ବୁଝାଇ କାରଖାନା ପରିବାର ତରଫରୁ ଶ୍ରମିକ, କର୍ମଚାରୀ, କାରଖାନା ସହ ସମ୍ପୃକ୍ତ ବ୍ୟକ୍ତିଙ୍କୁ ରକ୍ତ ଦେବା ପାଇଁ ଆହ୍ୱାନ ଦେଇଥିଲେ । ମାନବ ସମ୍ବଳ ଅଧିକାରୀ ତ‌ଥା ରକ୍ତଦାନ ସଂଯୋଜକ ଜ୍ୟୋତିପ୍ରକାଶ ପାତ୍ରଙ୍କ ତତ୍ବାବଧାନରେ ଶିବିର ପରିଚାଳିତ ହୋଇଥିଲା । ଶିବରରୁ ୨୦୨ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ପ୍ରମୋଦ କୁମାର ବଳ, ପ୍ରମୋଦ କୁମାର ରାଉତ, ବରଦାପ୍ରସନ୍ନ ସାହୁ, ସୁଧାଂଶୁ ମିଶ୍ର, ପ୍ରଦୀପ କୁମାର ନାୟକ, ସତ୍ୟଜିତ ମହାନ୍ତି, ସୁଜନ ସ୍ଵାଇଁ, ଜୟନ୍ତ ସାମଲ, ମନୋରଞ୍ଜନ ଶୀଳ, ଶୁଭେଚ୍ଛୁ ରବିନାରାୟଣ ପତି ପ୍ରମୁଖ ପରିଚାଳନାରେ ସହ‌ଯୋଗ କରିଥିଲେ । ଶେଷରେ କାରଖାନା ପକ୍ଷରୁ ସହକାରୀ ମାନବ ସମ୍ବଳ ଅଧିକାରୀଣୀ କୁନୁମୁନି ବେହେରା ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।

You may have missed