ଜାତୀୟ ସ୍ତରରେ ବୁଦ୍ଧିଷ୍ଟ ଟାଏକୋଣ୍ଡୋ ଏକାଡେମୀ ର ସଫଳତା
ଚଳିତ ବର୍ଷ ଟାଏକୋଣ୍ଡୋ ଫେଡେରେସନ ଅଫ ଇଣ୍ଡିଆ ଓ ମଧ୍ୟପ୍ରଦେଶ ଟାଏକୋଣ୍ଡା ଆସୋସିଏସନ ଆନୁକୂଲ୍ୟରେ ତା – ୦୨.୧୦. ୨୦୨୬ ରୁ ୦୪.୧୦. ୨୦୨୬ ପର୍ଯ୍ୟନ୍ତ ମଧ୍ୟପ୍ରଦେଶ ର ଇନ୍ଦର ଠାରେ ଜାତୀୟ ସ୍ତରୀୟ ସବ-ଜୁନିଅର ଓ ଜୁନିଅର ଟାଏକୋଣ୍ଡ ପ୍ରତିଯୋଗିତା ଆୟୋଜିତ ହୋଇ ଯାଇ ଥିଲା।
ସାରା ଭାରତ ବର୍ଷ ରୁ ୧୦୫୦ (ଏକ ହଜାର ପଚାଶ) ରୁ ଉର୍ଦ୍ଧ ବାଳକ ଓ ବାଳିକା ପ୍ରତିଯୋଗୀ ଏହି ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିବା ବେଳେ, ଓଡିଶା ଦଳ ରୁ ସର୍ବମୋଟ ୫୧ଜଣ ବାଳକ ବାଳିକା ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ।
ତନ୍ମଧ୍ୟରୁ ପୁରୀ ବୁଦ୍ଧିଷ୍ଟ ଟାଏକୋଣ୍ଡୋ ଏକାଡେମୀରୁ ୭ଜଣ ବାଳକ ଓ ୫ଜଣ ବାଳିକା ସମେତ ୧୨ଜଣ କ୍ରୀଡ଼ାବିତ ଉଭୟ କିରୋଗୀ ଓ ପୁମ-ସେ ଇଭେଣ୍ଟ ରେ ଭାଗ ନେଇ ଥିଲେ।
ବାଳକ ଜୁନିଅର ବିଭାଗରୁ ପ୍ରିୟାଂଶୁ ସ୍ୱାଇଁ, ଦିଲୀପ କୁମାର ନାୟକ ଓ ଅଭିଷେକ ରଥ ସ୍ଵର୍ଣ ପଦକ ହାସଲ କରିଥିବା ବେଳେ, ଜୁନିଅର ବାଳିକା ବିଭାଗ ରୁ ସାଇଶ୍ରୀ ମହାନ୍ତି କାଁସ୍ୟ ପଦକ ହାସଲ କରିଥିଲେ।
ସେହିପରି ସବ ଜୁନିଅର ବାଳିକା ବିଭାଗରେ ଆକୃତି ପାତ୍ର ସ୍ଵର୍ଣ , ସାଇ ଜିଜ୍ଞାସା ସ୍ଵର୍ଣ, କେ ଯୋଶଦା ରେଡି ସ୍ଵର୍ଣ ପଦକ ଓ ପ୍ରିୟାଂଶି ମଲ୍ଲିକ କାଁସ୍ୟ ପଦକ ହାସଲ କରିଥିବା ବେଳେ, ବାଳକ ବିଭାଗ ରୁ ପ୍ରିୟମ୍ ସାହୁ ରୌପ୍ୟ, ଶୁଭମ ମହାନ୍ତି ରୌପ୍ୟ, ତେଜବୀର ପ୍ରଧାନ ରୌପ୍ୟ ଓ ଦୟାସାଗର ବାଇ ରୌପ୍ୟ ପଦକ ହାସଲ କରି ନିଜ ଜିଲ୍ଲା, ରାଜ୍ୟ ଓ ଏକାଡେମୀ ପାଇଁ ସୁନାମ ଅର୍ଜନ କରିଛନ୍ତି।
କ୍ରୀଡ଼ାବିତ ମାନଙ୍କର ଏହି ସଫଳତା ପାଇଁ ଓଡିଶା ଦଳ ର କୋଚ, ମ୍ୟାନେଜର ଓ ଅଭିଭାବକ ମାନଙ୍କ ମନ ରେ ଖୁସି ର ଲହରୀ ଛୁଟି ଥିଲା।
ଏବଂ ଶେଷରେ ଓଡିଶା ଟାଇକୋଣ୍ଡୋ ସଙ୍ଘ ର ସମ୍ପାଦକ ଶ୍ରୀ ମନମୋହନ ଭଞ୍ଜ ଓ ଏକାଡେମୀ ର ମୁଖ୍ୟ ପ୍ରଶିକ୍ଷକ ଶ୍ରୀ ବିଶ୍ୱନାଥ ନାୟକ କ୍ରୀଡ଼ାବିତ ମାନଙ୍କୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଜଣେଇବା ସହ ଉଜ୍ଜଳ ଭବିଷ୍ୟତ ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପାଖରେ କାମନା କରିଛନ୍ତି।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
