May 13, 2026

ସଟର କାଟି ଦୁର୍ବୁତ୍ତ ନେଇଗଲେ ସୁନା ରୁପା ଅଳଙ୍କାର .. 

IMG-20240721-WA0040
Share

 

 

ନୀଳଗିରି,

ଗତ ୨୧ ତାରିଖ ଭୋର ସମୟରେ ଏକ ସୁନା ରୂପା ଗହଣା ଦୋକାନର ସଟର କାଟି ମୂଲ୍ୟବାନ ଗହଣା ନେଇଥିବା ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ତଦନ୍ତ କରୁଛି | ହସ୍ତଗତ ସୂଚନା ମୁତାବକ ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମର ହରିଶ୍ଚନ୍ଦ୍ର ରଣା ଙ୍କ ପୁଅ ଗୌରମୋହନ ରଣା ନୀଳଗିରି ଥାନା ଅଧୀନ ମିତ୍ରପୁର ବଜାରର ଶାନ୍ତନୁ ମହାପାତ୍ର ଙ୍କ ଦୋକାନ ଘରକୁ ଭଡ଼ା ସୂତ୍ରରେ ନେଇ ଏକ ଗହଣା ଦୋକାନ କରିଥିଲେ | ଗତକାଲି ଭୋର ସମୟରେ ଦୋକାନ ସଟର କାଟୁଥିବାର ଶବ୍ଦ ପାଇ ମାଲିକ ଆସି ଦେଖିବା ବେଳକୁ ସଟର କଟାଯାଇଛି | ସଙ୍ଗେ ସଙ୍ଗେ ଦୋକାନୀ କୁ ଖବର ଦେବାସହିତ ସ୍ଥାନୀୟ ଦୋକାନୀଙ୍କୁ ଅବଗତ କରାଇଥିଲେ | ଗହଣା ଦୋକାନୀ ଆସି ଦେଖିବା ବେଳକୁ କିଛି ସୁନା ରୁପା ଗହଣା, ଓ ଚେନ ଚୋରି ହୋଇଛି | ଏନେଇ ନୀଳଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି,

ଥାନା ପକ୍ଷରୁ ୨୩୦/୨୪ ରେ ଏକ ମାମଲା ରୁଜ୍ଜୁ କରାଯାଇଥିବା ବେଳେ ପୋଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ଖୋଳ ତାଡ଼ କରୁଛି |

 

 

ଦେବାଶିଷ ଦାଶ୍ କ୍କ ରିପୋର୍ଟ,,