May 15, 2026

ଭାରସାମ୍ୟ ହରାଇ ଓଲଟିଲା ବାଲି ବୋଝେଇ ଟ୍ରକ୍..

IMG-20240721-WA0041
Share

 

ନୀଳଗିରି:

ବାଲେଶ୍ଵର ଜିଲ୍ଲା ଶେରଗଡ଼ ଝରଣାଘାଟି ରାଜପଥ ରାସ୍ତାର ୧୧ ନମ୍ବର ପୋଲ ଭାଲୁକାସୁଣି ଛକ ନିକଟରେ ଆଜି ସକାଳେ ଏକ ବାଲି ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ ଏକ ବାଲି ବୋଝେଇ ଟ୍ରକ୍ ଯାହାର ନମ୍ବର ଓଡ଼ି ୦୧ ଏଏମ୍ ୫୯୫୯ ଆନନ୍ଦପୁରରୁ ଉଦଳା, ବାରିପଦା ଅଭିମୁଖେ ଯାଉଥିବା ସମୟରେ ଆଜି ସକାଳ ସମୟରେ ସଜନାଗଡ଼ ପଞ୍ଚାୟତ ଭାଲୁକାଶୁଣୀର ୧୧ନମ୍ବର ପୋଲ ନିକଟରେ ଚାଳକଙ୍କର ସାମାନ୍ୟ ଆଖି ଲାଗିଯିବା ଫଳରେ ଟ୍ରକ୍ ଟି ଭାରସ୍ୟାମ ହରାଇ ଜଙ୍ଗଲ ମଝିରେ ଗୋଟିଏ ଗଛକୁ ବାଡ଼େଇଥିଲା। ଫଳରେ ସେହିଠାରେ ଉକ୍ତ ଟ୍ରକ୍ ଟି ଓଲଟି ପଡିଥିଲା। ଏଥିରେ ଡ୍ରାଇଭର ଓ ହେଲ୍ପରଙ୍କ ଗୋଡ଼ରେ ସାମାନ୍ୟ ଆଘାତ ଲାଗିଥିବାର ଜଣାପଡିଛି। ଏଥି ସହିତ ରାସ୍ତାର ଉଭୟ ପାର୍ଶ୍ଵରେ ବହୁ ଯାନବାହାନ ବହୁ ସମୟ ଧରି ଚଳାଚଳ କରି ନ ପାରି ଅଟକି ରହିଥିବାର ଦେଖାଯାଇଛି। ଦିନ ୧୧ଟା ସମୟରେ ଉକ୍ତ ଟ୍ରକ୍ ଓ ରାସ୍ତ ଅବରୋଧ କରିଥିବା ବାଲିକୁ ହଟାଇବା ପରେ ଯାତାୟାତ ସମ୍ଭବପର ହୋଇପାରିଥିଲା।

 

 

 

ଦେବାଶିଷ ଦାଶ୍ କ୍କ ରିପୋର୍ଟ,,