April 23, 2026

ବାଇକ୍ ଦୁର୍ଘଟଣାରେ ଯୁବକ ଗୁରୁତର 

IMG-20260421-WA0085
Share

 

ବୁଗୁଡା : ତା ୨୧/୦୪/୨୬ : ବୁଗୁଡ଼ା ଥାନା ଅନ୍ତର୍ଗତ ଉଦୟପୁର ଗ୍ରାମ ନିକଟ ମୁଖ୍ୟ ସଡକରେ ସୋମବାର ରାତିରେ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ହୋଇ ବ୍ରହ୍ମପୁରକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି। ଗୁରୁତର ଯୁବକ ଜଣକ ହେଲେ ପଥରବଣି ଗାଁର ସୀତାକାନ୍ତ ଗୌଡ(୨୧)। ଘଟଣାରୁ ପ୍ରକାଶ ଯେ, ସୀତାକାନ୍ତ ଦ୍ରୁତଗତିରେ ବାଇକ୍ ଚଳାଇ ଯାଉଥିବା ବେଳେ ଭାରସାମ୍ଯ ହରାଇ ଦୁର୍ଘଟଣାର ଶିକାର ହୋଇଥିଲେ। ଦୁର୍ଘଟଣାରେ ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକେ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ବୁଗୁଡା ମେଡିକାଲକୁ ପଠାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା।

You may have missed