April 23, 2026

ପାରଦ ୪୨ ଡିଗ୍ରୀ, ଜନଜୀବନ ଅସ୍ତବ୍ୟସ୍ତ ପଞ୍ଚାୟତରେ ନାହିଁ ଜଳଛତ୍ର ବ୍ୟବସ୍ଥା…*

IMG-20260421-WA0088
Share

 

ଲାଞ୍ଜିଗଡ଼, ୨୧/୦୪(ପୁରନ୍ଦର ଦଣ୍ଡସେନା)

 

କଳାହାଣ୍ଡି ଜିଲାର ଶିଳ୍ପାଞ୍ଚଳ ସହର ଲାଞ୍ଜିଗଡ଼ରେ ପାରଦ ଏବେ ଉପରମୁହାଁ I ଗତ କିଛିଦିନ ହେଲା ସହରର ତାପମାତ୍ରା ୪୨ ଡିଗ୍ରୀରୁ ଅଧିକ ରହୁଥ‌ିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ସତେଯେମିତି ତତଲା କଡ଼େଇରେ ଭାଜି ହେଉଥିବା ଭଳି ମନେହେଉଛି। ଖରା ତାତିରୁ ରକ୍ଷା ପାଇବା ପାଇଁ କିଏ ମୁଣ୍ଡରେ ଟୋପି, ଗାମୁଛା ପିନ୍ଧୁଛି ତ ଆଉ କିଏ କଳାଚଷମା ବ୍ୟବହାର କରୁଥିବା ଦେଖ‌ିବାକୁ ମିଳୁଛି। ଥଣ୍ଡା ପାନୀୟ, ଲସି, ସରବତ ଓ ଆଖୁରସ ଦୋକାନରେ ଲୋକଙ୍କ ଭିଡ଼ ଜମୁଛି । ଥଣ୍ଡା ପାନୀୟର ଚାହିଦା ବଢ଼ିଥିବା ବେଳେ ଲସି

 

କିମ୍ବା ସରବତ ପିଇ ଲୋକେ ଆଶ୍ବସ୍ତି ଅନୁଭବ କରୁଛନ୍ତି । ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସହରର ଅଧିକାଂଶ ଦୋକାନବଜାର ବନ୍ଦ ରହୁଥ‌ିବା ବେଳେ ରାସ୍ତାଘାଟ ଜନଶୂନ୍ୟ ହୋଇପଡୁଛି। ପ୍ରବଳ ଗରମ ଯୋଗୁ ଦିନମଜୁରିଆ ଓ ନିର୍ମାଣ ଶ୍ରମିକ ହଇରାଣ ହେଉଥିବା ବେଳେ

 

ଆଖୁରସ ପିଇବାକୁ ଲୋକେ ଭିଡ଼ ଜମାଇଛନ୍ତି।

 

ସ୍କୁଲ, କଲେଜକୁ ସରକାର କିଛିଦିନ ଛୁଟି ଘୋଷଣା କରିଛନ୍ତି। ରାସ୍ତାକଡ଼ର ବଡ଼ ବଡ଼ ଗଛ କାଟି ଦିଆଯାଇଥିବାରୁ ଲୋକଙ୍କ ପାଇଁ ଏହା ସମସ୍ୟା ସୃଷ୍ଟି କରୁଛି। ସେହିପରି ଖରାତାତି ସହ ଉତ୍କଟ ଜଳାଭାବ ପରିସ୍ଥିତିକୁ ଆହୁରି ଜଟିଳ କରିଦେଉଛି। ଏପରି ସମୟରେ ବ୍ଲକ୍‌ର ବିଭିନ୍ନ ସ୍ଥାନରେ

 

ଆଦି ଦି ଜଳଉତ୍ସ ବନାଗ୍ନି ତଥା ତଥା ଜମିରେ ଲାଗୁଥିବା ନିଆଁ ଚିନ୍ତା ବଢାଉଛି। ନଦୀ, ନାଳ, ପୋଖରୀ ଳଉତ୍ସ ଶୁଖିବାରେ ଲାଗିଲାଣି। ଏଥିଯୋଗୁ କେବଳ ମଣିଷ ନୁହନ୍ତି, ପଶୁପକ୍ଷୀ ଓ ଗୋରୁ ହଇରାଣ ହେଉଛନ୍ତି I ସପ୍ତାହେ ହେଲାଣି ଦିନତମାମ ଖରା ଯୋଗୁ ବ୍ଲକ୍‌ର ଲାଞ୍ଜିଗଡ଼, ବିଶ୍ବନାଥପୁର, ଲାଞ୍ଜିଗଡ଼ ରୋଡ୍ ଅଞ୍ଚଳରେ ରାସ୍ତାଘାଟ ଶୂନଶାନ୍ ହୋଇଯାଉଛି। ଏପରି ସ୍ଥିତିରେ ବ୍ଲକ୍‌ର କେତେକ ପଞ୍ଚାୟତରେ ଜଳଛତ୍ର ଖୋଲାଯାଇ ନ ଥିବାରୁ ପଥଚାରୀ ଓ ବାଇକ୍ ଆରୋହୀ ପାଣି ମୁନ୍ଦାଏ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ଲାଞ୍ଜିଗଡ଼ ସରପଞ୍ଚ ସରସ୍ବତୀ ମୁଣ୍ଡାଙ୍କୁ ପଚାରିବାରୁ ଗତବର୍ଷ ଜଳଛତ୍ର ସ୍ଥାନରେ ଜଣେ ମହିଳା ନିୟୋଜିତ ଥିଲେ। ଏବର୍ଷ ସେ ମନାକରିଦେଲେ। ଅନ୍ୟ ଜଣକୁ ନିୟୋଜନକରି ଅତିଶୀଘ୍ର ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଥିଲେ।

*ଲାଞ୍ଜିଗଡ଼ ରୁ ପୁରନ୍ଦର ଦଣ୍ଡସେନା ଙ୍କ ରିପୋର୍ଟ ନିଉଜ ଉପାନ୍ତ ଖବର*

You may have missed