ସିବିଏସଇ ଦଶମ ଶ୍ରେଣୀ ମେଧାବୀ ଛାତ୍ରୀ ଭି.ଅନ୍ବେଶା ସମ୍ବର୍ଦ୍ଧିତ

ବୁଗୁଡ଼ା : ତା ୨୧/୦୪/୨୬ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦର ଦଶମ ଶ୍ରେଣୀ ପରୀକ୍ଷାରେ ବୁଗୁଡାର ମେଧାବୀ ଛାତ୍ରୀ ଭି.ଅନ୍ବେଷା ରାଜୁ ୫୦୦ରୁ ୪୮୧ ମାର୍କ (୯୬.୨%)ରଖି ଏ-୧ ଗ୍ରେଡ୍ ହାସଲ କରିଥିବା ବେଳେ ସେ ସ୍ଥାନୀୟ ବିରଞ୍ଚି ନାରାୟଣ ପବ୍ଲିକ୍ ସ୍କୁଲ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଛନ୍ତି। ସ୍କୁଲ ପରିସରରେ ପ୍ରିନ୍ସିପାଲ ବାଲଗୋପାଲ୍ ଶତପଥୀଙ୍କ ପୌରୋହିତ୍ଯରେ ଅନୁଷ୍ଠିତ “ମେଧାବୀ ସମ୍ବର୍ଦ୍ଧନା” କାର୍ଯ୍ୟକ୍ରମରେ ଅତିଥି ଭାବେ ସ୍କୁଲର ଶୈକ୍ଷିକ ପରାମର୍ଶଦାତା ସୁରେଶ ଚନ୍ଦ୍ର ଦାଶ ଯୋଗ ଦେଇ ମେଧାବୀ ଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଥିଲେ। ଏ ଅବସରରେ ଅତିଥିଙ୍କ ଦ୍ଵାରା ମେଧାବୀ ଛାତ୍ରୀ ଅନ୍ବେଶାଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର ଓ ଉପଢ଼ୌକନ ପ୍ରଦାନ ପୂର୍ବକ ଭବ୍ଯ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସ୍ଥାନୀୟ ବ୍ଯବସାୟୀ ଭି.କୁବେରେଶ୍ବର ରାଜୁ ଓ ହରିକା ରାଜୁଙ୍କ ସୁପୁତ୍ରୀ ଅନ୍ବେଶା ତାଙ୍କର ଏହି ସଫଳତାର ଶ୍ରେୟ ପିତାମାତା, ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଦେଇ ଡାକ୍ତରୀ ସେବା ହିଁ ତାଙ୍କର ଭବିଷ୍ଯତ ଲକ୍ଷ୍ୟ ବୋଲି ମତବ୍ୟକ୍ତ କରିଥିବା ବେଳେ ସ୍କୁଲ ଏମଡି ଏ.ଚନ୍ଦନ ଚର୍ଚ୍ଚିତ ପାତ୍ରଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଶୁଭେଚ୍ଛା ଜ୍ଞାପନ ସହ ତାଙ୍କର ଉଜ୍ଜ୍ବଳମୟ ଭବିଷ୍ୟତ କାମନା କରିଥିଲେ। ଏହି କାର୍ଯ୍ୟକ୍ରମର ପରିଶେଷରେ ଶିକ୍ଷୟିତ୍ରୀ ନନ୍ଦିନୀ ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ।
