April 24, 2026

ଉମରକୋଟ ରୁ ବିଶାଖାପାଟଣା କୁ ଗଡ଼ିଲା ଦୁଇଗୋଟି ନୂତନ ସରକାରୀ ଏସି ବସ……….. 

IMG-20260421-WA0036
Share

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) -୨୦-୦୪-୨୬-ଆଜି ଠାରୁ ଉମରକୋଟ ଠାରୁ ବିଶାଖାପାଟଣା କୁ ଗଡିଲା ଦୁଇ ଗୋଟି ନୂଆ ଏସି ବସ।ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ ଏହି ଦୁଇଟି ନୂତନ ବସ୍ ସେବା ଆରମ୍ଭ କରାଯାଇଛି। ଯାହା ବିଶାଖାପାଟଣା ପର୍ଯ୍ୟନ୍ତ ଯାତ୍ରାକୁ ସହଜ କରିବ। ଏହି ବସ ଗୁଡିକ ରେ ଆରାମଦାୟକ ସିଟ୍, ସମ୍ପୂର୍ଣ୍ଣ ଏୟାର କଣ୍ଡିସନର ଏବଂ ସୁରକ୍ଷିତ ଯାତ୍ରାର ଅନୁଭୂତି ପାଇବେ ଯାତ୍ରୀ। ପୂର୍ବରୁ ଏହି ରୁଟରେ ଦୁଇଟି ପୁରୁଣା ବସ ଚାଲୁଥିଲା। କିନ୍ତୁ ଯାତ୍ରୀମାନେ ଉକ୍ତ ବସ ଗୁଡିକରେ ଯିବାକୁ ନାପସନ୍ଦ କରୁଥିଲେ କିନ୍ତୁ ବାଧ୍ୟ ହୋଇ ଯାତ୍ରା କରୁଥିଲେ। ଏନେଇ ଯାତ୍ରୀମାନେ ବହୁବାର ଅଭିଯୋଗ ମଧ୍ୟ କରିଥିଲେ। ଆଜି କିନ୍ତୁ ଉମରକୋଟ ଓ ଆଖପାଖ ଯାତ୍ରୀମାନଙ୍କ ଅଭିଯୋଗ ସଫଳ ହୋଇଛି। କିନ୍ତୁ ଉମରକୋଟ ଓ ଆଖପାଖ ଯାତ୍ରୀମାନଙ୍କ ଆଉ ଗୋଟିଏ ଅଭିଯୋଗ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ କର୍ତୁପକ୍ଷ ଏବେ ପର୍ଯ୍ୟନ୍ତ ପୂରଣ କରିବାରେ ବିଫଳ ହୋଇଛନ୍ତି। ତାହା ହେଉଛି ବହୁ ପୁରାତନ ଉମରକୋଟ ଠାରୁ ବିଜୟନଗରମ ଚାଲୁଥିବା ବସ। ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ୍ଵ ହେବ ଉମରକୋଟ ଠାରୁ ବିଜୟନଗରମ କୁ ସକାଳ ୮ ରେ ଚାଲୁଥିଲା ସରକାରୀ ବସ।ଉକ୍ତ ବସ ଦୁଇଟିକୁ ପରମିଟ ନଥିବା ଦର୍ଶାଇ ନବରଙ୍ଗପୁର ଆରଟିଓ ଉମରକୋଟ ଆଉ ଛାଡି ନଥିଲେ। ଏନେଇ କିଛିଦିନ ତଳେ ବିଜୟନଗରମ ଡିଟିଏମ ଙ୍କୁ ଅଭିଯୋଗ କରିବାରୁ ଗାଡି ଗୁଡ଼ିକର କାଗଜପତ୍ର ହୋଇ ଯାଇଛି, କିନ୍ତୁ ଗାଡି ନାହିଁ। ନୂତନ ଗାଡି ଆସିଲେ ଗାଡି ଚଳାଚଳ କରିବ ବୋଲି କହିଥିଲେ। ବର୍ତ୍ତମାନ ରାଜ୍ୟ ସରକାର ପ୍ରତ୍ୟେକ ଯୋନ କୁ ନୂତନ ଗାଡି ଗୁଡିକ ଯୋଗାଇ ଦେଇଛନ୍ତି। ଏବେ ଦେଖିବାକୁ ବାକି ରହିଲା ବିଜୟନଗରମ ଡିଟିଏମ ନୂତନ ଗାଡି କେବେ ଚଲାଉଛନ୍ତି, ନା ଆସିଥିବା ନୂତନ ଗାଡି ଗୁଡିକୁ ଅନ୍ୟ ରୁଟରେ ଚଲାଇବେ।

You may have missed