ଉମରକୋଟ ରେ ୩୦୦ ହିତାଧିକାରୀ ଙ୍କୁ ବସୁନ୍ଧରା ଓ ଜଙ୍ଗଲ ଜମି ପଟା ବଣ୍ଟନ କଲେ ଗଣଶିକ୍ଷା ମନ୍ତ୍ରୀ………….

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ରାଜ୍ୟ ସରକାର ଙ୍କ ନିର୍ଦ୍ଦେଶ କ୍ରମେ ଆଜି ଉମରକୋଟ ତହସିଲ ଅଫିସ୍ ରେ ଏକ ବିରାଟ ପଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଟିତ ହେଇଥିଲା। ମୁଖ୍ୟ ଅତିଥି ଭାବେ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ ଝରିଗାଁ ବିଧାୟକ ନରସିଂହ ଭତ୍ରା , ଉମରକୋଟ ପୌର ପରିଷଦ ର ଅଧକ୍ଷ। ରାଧା ଭତ୍ରା, ଉମରକୋଟ ବ୍ଲକ ଅଧକ୍ଷ। ସୁଶୀଳା।ମାଝୀ,ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ କୁମାର ପାଢ଼ୀ, ସାଂସଦ ପ୍ରତିନିଧି ରାମ ନାୟକ , ଉମରକୋଟ ତହସିଲଦାର ମେଗବାନ ବାଗ, ଅତିରିକ୍ତ ତହସିଲଦାର ନୀଳାମ୍ବର ପୂଜାରୀ, ସମସ୍ତ ରାଜସ୍ୱ ନିରୀକ୍ଷକ, ସହକାରୀ ରାଜସ୍ୱ ନିରୀକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ।।ଆଜି ମନ୍ତ୍ରୀ ମସୁଣ୍ଡର ଯୋଜନା ରେ ୨୨୧ ଓ ଜଙ୍ଗଲ ଜମି ପଟ୍ଟା ୯୮ ଜଣଙ୍କୁ ପଟ। ବଣ୍ଟନ କରାଯାଇଛି।ମନ୍ତ୍ରୀ ଏହି ଅବସର ରେ ଦୀର୍ଘଦିନ ଧରି ବସୁନ୍ଦର। ଓ ଜଙ୍ଗଲ ଜମି ପଟ୍ଟା ପାଇଁ ବହୁ ହିତାଧିକାରୀ ପଟ। ପାଇଁ ଆବେଦନ କରୁଥିଲେ ସୁଦ୍ଧା ପଟ। ମିଳୁ ନ ଥିଲା।ଫଳରେ ଗରିବ ହେଇକି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଓ ଅନ୍ତଦ୍ୱାୟୁ ଗୃହ ଯୋଜନା ରେ ରେ ଘର ମିଳିବାରେ ବଞ୍ଚିତ ହେଉ ଥିଲେ। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଙ୍କ ନିର୍ଦ୍ଦେଶ କ୍ରମେ ଗରିବ ଙ୍କୁ ପଟ। ଦେବା ପାଇଁ ନିର୍ଦ୍ଦେଶ ମିଳିବା ପରେ ରାଜ୍ୟ ରେ ବର୍ତ୍ତମାନ ଗରିବ ଲୋକ ପଟା ମିଳିବ ସହ ସରକାରୀ ଗୃହ ମିଳିବ ବୋଲି ଗଣ ଶିକ୍ଷା ମନ୍ତ୍ରୀ କହିଥିଲେ।
