April 24, 2026

ଜଣେ ଆୟୁଷ ଡାକ୍ତରରେ ଚାଲିଛି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର..

IMG-20260421-WA0033
Share

 

 

ବେଲଗୁଣ୍ଠା (ସୁକାନ୍ତ କୁମାର ନାୟକଙ୍କ ରିପୋର୍ଟ )

ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି । ଜଣେ ଆୟୁଷ ଡାକ୍ତରରେ ଚାଲିଛି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର । ମେଡ଼ିକାଲରେ ୨୧ ଜଣ ଡାକ୍ତର ରହିବା କଥା କିନ୍ତୁ ଅଛନ୍ତି ଜଣେ ଆୟୁଷ ଡାକ୍ତର । ନିଯୁକ୍ତି ପାଇଥିବା ଡାକ୍ତର ଦିର୍ଘଦିନ ହେଲା ଛୁଟିରେ ଅଛନ୍ତି । ଦିନକୁ ପ୍ରାୟ ୩୦୦ରୁ ଉର୍ଦ୍ଧ ରୋଗି ଏଠାକୁ ଆସନ୍ତି । ବର୍ତ୍ତମାନ ଯେହେତୁ ଡାକ୍ତର ନାହାନ୍ତି ଏହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଗୋଟେ ରେଫେରାଲ ମେଡିକାଲ ରେ ପରିଣତ ହୋଇଯାଇଛି । କିଛିଦିନ ପୁର୍ବରୁ ଦୁଇଟି ରେଫେରାଲ କେସରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ମେଡ଼ିକାଲର ଏହିପରି ପରିସ୍ଥିତି ପାଇଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

You may have missed