April 24, 2026

ଉଦଯାପିତ ହେଲା ୧୫ଏବଂ ୧୭ବର୍ଷରୁ କମ ୨୫ତମ ଅଲ ଇଣ୍ଡିଆ T-20 କ୍ରିକେଟ ଟୁର୍ନାମେଣ୍ଟ

IMG-20260421-WA0032
Share

 

ଆଜି ପୁରୀ ଜଗନ୍ନାଥ ଷ୍ଟାଡିଅମ ଠାରେ ଅଲ ଇଣ୍ଡିଆ କ୍ରିକେଟ ରିସର୍ଚ୍ଚ ଇନଷ୍ଟିଚୁଟ ( AICRI ) ଆନୁକୂଲ୍ୟରେ ୧୫ବର୍ଷ ଏବଂ ୧୭ବର୍ଷରୁ କମ ୨୫ତମ ଅଲ ଇଣ୍ଡିଆ T-20 ଚାମ୍ପିୟାନସିପ ( ସ୍ୱାମୀ ପ୍ରଣବାନନ୍ଦଜୀ ମେମୋରିଆଲ ଟ୍ରଫି ୨୦୨୬ ) ଉଦଯାପିତ ହୋଇଯାଇଛି l ୧୫ ଏହି ଉଦ୍ଘାପନି ଉତ୍ସବ ରେ ୧୫ ବର୍ଷରୁ କମ ବିଭାଗ ରେ AICRI ର ଓଡିଶା ଟିମ ଚମ୍ପିୟାନ ହୋଇଥିବା ବେଳେ କଲିକତା ର ବର୍ଦ୍ଧମାନ ଟିମ ରନର୍ସଅପ ହୋଇଛି l ମ୍ୟାନ ଅଫ ଦ ସିରିଜ ରିସିମାନ ହାଲଦାର ବିବେଚିତ ହୋଇଛନ୍ତି l ସେହିଭଳି ୧୭ ବର୍ଷରୁ କମ ବିଭାଗରେ AICRI ର ଓଡିଶା ଟିମ ଚମ୍ପିୟାନ ହୋଇଥିବା ବେଳେ ମା ଉଗ୍ରତାରା କ୍ରିକେଟ ଏକାଡେମୀ ରନର୍ସଅପ ଏବଂ ମ୍ୟାନ ଅଫ ଦ ସିରିଜ ଏସ କେ ନାସିବ ସବୀର ବିବେଚିତ ହୋଇଛନ୍ତି lଏହି ଟୁର୍ନାମେଣ୍ଟ ରୁ ଉଚିତ ବିବେଚିତ ୨୦ଜଣ ଖେଳାଳିଙ୍କୁ ନେପାଳ ଟୁର୍ନାମେଣ୍ଟ ଖେଳିବା ପାଇଁ ନେପାଳ ଯିବାପାଇଁ ସୁଯୋଗ ଦିଆଯିବ l ଏହି ସାତଦିନିଆ ଟୁର୍ନାମେଣ୍ଟ ପରିଚାଳନା କରିବାରେ AICRI ର ସମ୍ପାଦକ ତରକନାଥ ମାନ୍ନା, AICRI ଉପସଭାପତି ସୋମନାଥ ବାନାର୍ଜୀ, ବରିଷ୍ଠ ଉପସଭାପତି କୋୖତ୍ସବ ଦତ୍ତ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l