May 19, 2024
Share

ବୁଗୁଡ଼ା : ତା ୨୧/୦୪/୨୪ : ବୁଗୁଡା ବ୍ଲକ ପାଙ୍ଗିଡି ଗ୍ରାମର ଜୈନେକ ଯୁବକ ବଜ୍ରପାତରେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାଯାଇଛି । ଆହତ ଯୁବକ ଜଣକ ହେଲେ ପାଙ୍ଗିଡି ଗ୍ରାମର ଭାସ୍କର ସାହୁ । ପ୍ରକାଶ ଯେ , ଆଜି ସନ୍ଧ୍ୟାରେ ଭାସ୍କର ସାଙ୍ଗସାଥିଙ୍କ ସହ ମିଶି ଗାଁର ଏକ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ସେ ଗାଧୋଇବା ସମୟରେ ବଜ୍ରାଘାତ ଘଟିଥିଲା ଏବଂ ସେଥିରେ ସେ ଆହତ ହୋଇ ଅଚେତ ହୋଇଯାଇଥିଲେ । ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ସଙ୍ଗେ ସଙ୍ଗେ ବୁଗୁଡା ମେଡିକାଲକୁ ଅଣାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କର ଚେତା ଫେରିଥିଲା ବେଳେ ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟବସ୍ଥା ଠିକ୍ ଥିବା ଜଣାଯାଇଛି ।