May 19, 2024

କୋଟପାଡ଼ ବିଜେଡି କାର୍ଯ୍ୟାଳୟ ଠାରେ ମିଶ୍ରଣ ପର୍ବ… (କଂଗ୍ରେସ ଓ ବିଜେପି ର ଶତାଧିକ କର୍ମୀ ସାମିଲ ହେଲେ)

Share

କୋରାପୁଟ,ଜିଲ୍ଲା କୋଟପାଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ମିଶ୍ରଣ ପର୍ବ ଯୁବ ନେତା ଶ୍ରୀ ଶିବ ପଟ୍ଟନାୟକ ଏବଂ ଶ୍ରୀମନ୍ତ ପଣ୍ଡାଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଯାଇଛି। ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ଏହି ପର୍ବରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ଓ କୋଟପାଡ଼ ରେ ହୋଇଥିବା ରୂପାନ୍ତରୀକରଣ ବସ ଷ୍ଟାଣ୍ଡ,ଦମୟନ୍ତୀ ସାଗର,ଦେୱାନ ମୁଣ୍ଡା ହସ୍ପିଟାଲ,ଏକ ଲବ୍ୟ ସ୍କୁଲ, କଲେଜ ର ପଟ୍ଟା ଇତ୍ୟାଦି ବହୁ ଉନ୍ନତି ଦୁଷ୍ଟାନ୍ତ ମୂଳକ କାମ କୋଟପାଡ଼ ସଦର ମହକୁମା ସମେତ ନିର୍ବାଚନ ମଣ୍ଡଳୀ ରେ ହୋଇଛି। ଯାହା ସ୍ୱାଧୀନତା ର ଶତୁରି ବର୍ଷ ରେ ହୋଇ ନ ଥିବା କାମ ଏହି ନବୀନ ସରକାର ଅମଳ ରେ ହୋଇଛି ବୋଲି ବିଜେଡି ରେ ନୂତନ ଭାବେ ଯୋଗ ଦେଇ ଥିବା କର୍ମୀ
ଗଣମାଧ୍ୟମ କୁ ସୂଚନା ଦେଇଥିବା ଜଣାଯାଇଛି I ଅନ୍ୟ ମାନଙ୍କ
ମଧ୍ୟରେ ପୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀ,ବରିଷ୍ଟ ବିଜେଡି ନେତା ତ୍ରିପତି ବାଲାଜୀ ମହାନ୍ତି, ଟାଉନ ସଭାପତି ଅରିଫ ପଟେଲ, ବ୍ଲକ ଉପାଧକ୍ଷ ବାବୁଲି ପାଣିଗ୍ରାହି, ଜିଲ୍ଲା ପରିଷଦ ସଭ୍ୟ ତ୍ରିପତି ଚଲାଣ, ଗୀତା ମାଝୀ,ସଞ୍ଜୟ ବେହେରା, ପଙ୍କଜ ପାତ୍ର,କିରଣ ପଟ୍ଟନାୟକ, ମହମ୍ମଦ ସଲିମ ଙ୍କ ସମେତ ବହୁ ନେତା ଏହି ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ।ବରିଷ୍ଟ ବିଜେଡି ନେତା ସୁଧୀର ଚନ୍ଦ୍ର ମହାନ୍ତି ସମସ୍ତ ନବାଗତ କର୍ମୀଙ୍କୁ ପୁଷ୍ପଗୁଚ୍ଛ ସହ ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ ଜଣାଇ ଥିବାର ଜଣାଯାଇଛି I( ହରିଶ କୁମାର ପଟ୍ଟନାୟକ)