November 16, 2024

କୁକୁଡ଼ାଖଣ୍ତି ଗ୍ରାମରେ ଠାକୁରାଣୀ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ

Share

 

 

କୁକୁଡ଼ାଖଣ୍ତି ଗ୍ରାମରେ ପ୍ରତି ପାଞ୍ଚ ବର୍ଷକୁ ଥରେ ଏହି ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହୋଇଥାଏ ଏହି ବର୍ଷ ମଧ୍ୟ ମାଁ ଘୋଷାମଣି ଠାକୁରାଣୀ ଯାତ୍ରା ପାଇଁ ଆଜି ଶୁଭଖୁଣ୍ଟି ସ୍ଥାପନ କରାଯାଇଥିଲା। ଆସନ୍ତା ମେ ୮ ତାରିଖ ଆରମ୍ଭ ମେ ୧୮ ତାରିଖ ପର୍ଯ୍ୟନ୍ତ ଏହି ଯାତ୍ରା ଚାଲିବ ବୋଲି ଯାତ୍ରା ପରିଚାଳନା କମିଟିର ସଭାପତି କାମାକ୍ଷା ପ୍ରସାଦ ପାତ୍ର କହିଛନ୍ତି। ଦେଶୀ ବେହେରା ଅଦଲ ହରିବନ୍ଧୁ ଓ ତାଙ୍କ ପତ୍ନୀ ରାଜିଆମ୍ମା ଝିଅକୁ ନିମନ୍ତ୍ରଣ ପାଇଁ ବିରାଟ ପଟୁଆରରେ ମାଁ ଘୋଷାମଣି ନିକଟରେ ପୂଜାର୍ଚ୍ଚନା କରି ପଣାପାଣି ମାଁ ଙ୍କୁ ଦେଇଥିଲେ। ପରେ ମାଁ ଙ୍କ ଆଜ୍ଞାମାଳ ପାଇବା ପରେ ହଜାର ହଜାର ଭକ୍ତଙ୍କ ସମାଗମରେ ବିରାଟ ଶୋଭାଯାତ୍ରାରେ ଶୁଭଖୁଣ୍ଟି ଗ୍ରାମ୍ୟ ପରିକ୍ରମା କରି ମାଁ ଘୋଷାମଣି ଅସ୍ଥାୟୀ ମନ୍ଦିର ପରିସରରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଥିଲା। ଏଥିରେ ଉପ-ସଭାପତି ସୁରେଶ ଚନ୍ଦ୍ର ଦଳେଇ , ସମ୍ପାଦକ ଶିବ ପ୍ରସାଦ ଦୋରା , ସହ ସମ୍ପାଦକ ସପନ କୁମାର ରାଉଳ , କୋଷାଧକ୍ଷ ପି. ଗୋପାଳ ରାଓ ଦୋରା , ଟୁକୁନା ସେଠୀ, ପ୍ରଦୀପ କୁମାର ବେହେରା, ଉପଦେଷ୍ଟା ଭାବେ ସାକା ସୁଜିତ, ଦିବାକର ପାତ୍ର, ନିତ୍ୟାନନ୍ଦ ଦଳେଇ, ଏ. ଚିନ୍ତାମଣି, ଶ୍ରୀନିବାସ ରାଉଳ, କେ. ମଣିବାବୁ, କୈଳାଶ ରଣା, ସୁଦର୍ଶନ ସେଠୀ, ଜି. ପୁରୁଷୋତ୍ତମ, ଏ. ଚକ୍ରପାଣି, ଜାଗିଲି କୋଠିଆ, ପ୍ରଦୀପ କୋଠିଆ, ଭବାନୀ ଶଙ୍କର ବିଶ୍ୱାଳ, ଜୟ ରାମ କୋଠିଆ, ରଞ୍ଜନ ପଟ୍ଟନାୟକ, ବି ସି ସି ବ୍ୟାଙ୍କ ସଭାପତି ଶିବରାମ ପାତ୍ର, ସଭ୍ୟ ଭାବେ ସରପଞ୍ଚ ବନ୍ଦନା ସେଠୀ, ସମିତି ସଭ୍ୟ ଅଶୋକ ଦାସ, ପ୍ରଗତି କୁମାର ଦଳେଇ, ପି. ଅଶୋକ, ଇପିଲି ଡାଳେୟା, ବନବାସୀ ପାଢ଼ୀ, ଏ. ଗଙ୍ଗାଧର,କାପେୟା ଦଣ୍ଡପାଣି, ଉମେଶ ଚନ୍ଦ୍ର କୋଠିଆ, ଏମ. କେଶବ ରାଓ, ସମୀର କୁମାର ପଟ୍ଟନାୟକ, ଦୀପକ ରାଉତ, ନରସିଂହ ମହାରଣା, ଅରୁଣ ପଟ୍ଟନାୟକ, ଦିଲୀପ ସେଠୀ, ମଧୁ ସେଠୀ, ଯୋଗୀ ସେଠୀ, ବାବୁ ସେଠୀ, ସିମାଞ୍ଚଳ ନାୟକ, ହରି ସେଠୀ, ବାବୁ ସେଠୀ, ବାରିକ ଦାସ, ପ୍ରଶାନ୍ତ ଦାସ, ସିମାଞ୍ଚଳ ଦାସ, ବୁଲୁ ନାୟକ,ଏ.ଚେନେୟା , ପି.ଦେବରାଜ, ବି.ସଦାନନ୍ଦଙ୍କ ସମେତ କୁକୁଡ଼ାଖଣ୍ତି ଗ୍ରାମବାସୀ ଓ ବ୍ରହ୍ମପୁର ସଦର ଥାନା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏହି ଯାତ୍ରା ପ୍ରତି ପାଞ୍ଚ ବର୍ଷ ବ୍ୟବଧାନରେ ଅନୁଷ୍ଠିତ ହୁଏ । କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ