ଗଜପତି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଓଡ଼ିଆ ଭାଷାରେ ନାମ ଫଳକ ଲିପିବଦ୍ଧ ନିମନ୍ତେ ବୈଠକ ଅନୁଷ୍ଠିତ
ପାରଳାଖେମୁଣ୍ଡି:୨୧/୪(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ଓଡିଆ ଭାଷାର ନାମ ଫଳକ ଲିପିବଦ୍ଧ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାଯ୍ୟାଳୟ କକ୍ଷ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଲୋକନାଥ ପଣ୍ଡା, ଆବାହକ ରୂପେ ଯୋଗ ଦେଇଥିବା ବେଳେ ପାରଳାଖେମୁଣ୍ଡି ପୌରାଞ୍ଚଳର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ବନମାଳୀ ଶତପଥୀ , କାଶିନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ଶ୍ରୀମତୀ ଉଜଳତା ସ୍ଵାଲାସିଙ୍ଗ,ପାରଳାଖେମୁଣ୍ଡି ବଜାର ସମନ୍ଵୟ ସଂଗଠନର,ସଭାପତି ଓ ସାଧାରଣ ସମ୍ପାଦକ ଏବଂ ପାରଳାଖେମୁଣ୍ଡି କାଜୁମିଲ ମାଲିକ ସଂଘର ସଦସ୍ୟ ମାନେ ଯୋଗ ଦେଇଥିଲେ ଗଜପତି ଜିଲ୍ଲାର କାଶିନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ପାରଳାଖେମୁଣ୍ଡି ପୌରାଞ୍ଚଳରେ ଥିବା ସମସ୍ତ ଦୋକାନ ଓ ବ୍ୟବାୟୀକ ପ୍ରତିଷ୍ଠାନର ନାମ ଫଳକକୁ ଓଡିଆ ଭାଷାରେ ଲିପିବଦ୍ଧ କରିବା ନିମନ୍ତେ ଏକ ବୈଠକରେ ଆଲୋଚନା ହୋଇଯାଇଛି, ଏଥିରେ ଖିଲାପକାରୀଙ୍କ ବିରୁଦ୍ଧରେଦୃଢକାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଅଛି ଏବଂ ଖିଲାପକାରୀଙ୍କୁ ପ୍ରଥମ ଥରଖିଲାପକାରୀଙ୍କ ନିମନ୍ତେ ୫୦୦୦/- ଟଙ୍କା ଏବଂ ଦିତୀୟ ଥର ଖିଲାପ ନିମନ୍ତେ ୨୫୦୦୦/- ଟଙ୍କା ପର୍ଯ୍ୟନ୍ତ ଜୋରିମାନା ବ୍ୟବସ୍ଥା ରହିଛି ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ପଣ୍ଡା ସୂଚନା ଦେଇଛନ୍ତି।ପରିଶେଷରେ ସହକାରୀ ଶ୍ରମ ଅଧିକାରୀ ଶ୍ରୀ ସୋମନାଥ ପାତ୍ର ସମସ୍ତ ସଦସ୍ୟମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।