April 26, 2026

ଜିଲ୍ଲା ବନଖଣ୍ଡ ବିଭାଗ ତରଫରୁ ବିଶ୍ବ ଜଂଗଲ ଦିବସ ପାଳିତ

IMG-20260321-WA0027
Share

ପାରଳାଖେମୁଣ୍ଡି-ଜିଲ୍ଲା ବନଖଣ୍ଡ ବିଭାଗ ତରଫରୁ ବିଶ୍ବ ଜଂଗଲ ଦିବସ ପାଳିତ ହୋଇଯାଇଛି। ବନଖଣ୍ଡ ଅଧିକାରୀ କେ.ନାଗରାଜୁଂକ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ମୁଖ୍ଯ ଅତିଥି,ଗଜପତି ଜିଲ୍ଲା ପରିଷଦର ସଭାପତି ଗାବରା ତିରୁପତି ରାଓ ଏବଂ କାଶୀନଗର ବ୍ଲକର ଅଧ୍ଯକ୍ଷା ବାଲ୍ଲା.ସାୟାମ୍ମା ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ଯରେ ଏସିଏଫ୍ ସାଇନଶ୍ରୀ ଦାସ ଏବଂ ଅରୁଣ କୁମାର ସାହୁ ମଂଚାସୀନ ଥିଲେ। ସଭାପତି ନିଜ ମନ୍ତବ୍ୟରେ ଜଂଗଲ ସୁରକ୍ଷା ଦିଗରେ ଗଜପତି ଜିଲ୍ଲାରେ ନିଆଯାଉଥିବା ପଦକ୍ଷେପ ସଂପର୍କରେ ଅବଗତ କରିଥିଲେ। ତତ୍ ସଂଗେସଂଗେ ଜିଲ୍ଲାରେ ୫୦ ଭାଗ ଅଂଚଳ ଅଗ୍ନି ନିବାରଣ ପଦକ୍ଷେପ ନିଆଯାଇ ପରିବେଶ ସୁରକ୍ଷା ସ୍ରୁଷ୍ଟି କରାଯାଇ ପାରିଛି।ଜିଲ୍ଲାରେ ୫୮ ପ୍ରତିଶତ ଜଂଗଲ ରହିଛି।ତାର ରକ୍ଷଣାବେକ୍ଷଣ ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।ସହଭାଗିତା ମାଧ୍ୟମରେ ସମସ୍ତ କର୍ମଚାରୀ ଏଥିରେ ଅନ୍ତର୍ଭୁକ୍ତ ହୋଇଛନ୍ତି।ମୁଖ୍ୟ ଅତିଥି ଜିଲ୍ଲାରେ ନିଆଯାଉଥିବା ପଦକ୍ଷେପକୁ ସମସ୍ତେ ସହଯୋଗ କରିବାକୁ ଆହ୍ୱାନ କରିଥିଲେ।ବିଶେସ କରି ଛାତ୍ରଛାତ୍ରୀ ଯେଉଁମାନେ ଏହି ଦେଶର ଭବିଷ୍ଯତ,ପଂଚାୟତ ପ୍ରତିନିଧି ଓ ନାଗରିକମାନେ ପ୍ରତ୍ୟେକ ବୃକ୍ଷରୋପଣ କରିବା ସଂଗେସଂଗେ ତାର ଚିରସ୍ଥାୟୀ ପ୍ରତି ଧ୍ୟାନଦେବାକୁ ପରାମର୍ଶ ଦେଇଥିଲେ।ଏହି ଅବସରରେ ହୋଇଥିବା ବକ୍ତ୍ରୁତା ପ୍ରତିଯୋଗୀତାରେ ବିଜୟୀ ଛାତ୍ରଛାତ୍ରୀ ମାନଂକୁ ଅତିଥି ମାନେ ପୁରସ୍କୃତ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ବିଶ୍ଵ ପରିବେଶ ସୁରକ୍ଷା ଗବେଷକ ଧ୍ରିତିମୋକ୍ଷ ପାଣିଗ୍ରାହୀ ନିଜର ମନ୍ତବ୍ୟ ରଖିଥିଲେ। କାଶୀନଗରର ହାତୀ ଉପଦ୍ରବ ଅଂଚଳକୁ ବିପଦମୁକ୍ତ କରିବାପାଇଁ ୨୨ଟି ସୋଲାର ଲାଇଟ୍ ଦିଆଯାଇଥିଲା।ଶ୍ରେଷ୍ଠ ଅବଦାନ ପାଇଁ କିଛି କର୍ମଚାରୀମାନଙ୍କୁ ଅତିଥି ମାନେ ସମ୍ମାନିତ କରିଥିଲେ।ଶେଷରେ ଏସିଏଫ୍ ଅରୁଣ କୁମାର ସାହୁ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।