April 26, 2026

ଗଜପତିରେ ୧୦ ଗୋଟି ବେଆଇନ ଇଟା ଭାଟିକୁ ଭାଙ୍ଗି ଇଟା ଭାଟି ବନ୍ଦକଲା ପ୍ରଶାସନ ଓ ୧୦ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଗଲା                       

IMG-20260321-WA0033
Share

 

 

ପାରଳାଖେମୁଣ୍ଡି:୨୧/୩(ଗରୁଡ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲାର କାଶୀନଗର ତହସିଲ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଚାଲୁଥିବା ୧୦ ଗୋଟି ଇଟା ଭାଟିକୁ ଜିଲ୍ଲା ପ୍ରଶାସନ ଓ କାଶୀନଗର ପ୍ରଶାସନ ପକ୍ଷରୁ ଚଢାଉ କରାଯାଇ ଭଙ୍ଗା ଯାଇଥିବା ସୂଚନା ମିଳିଛି.ଏଥିରେ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଇଟାକୁ ଭଙ୍ଗା ଯିବା ସହ ୧୦ ଲକ୍ଷ ଟଙ୍କା ଜରିମାନା ଆଦାୟ ହୋଇଥିବା ଜଣା ପଡିଛି. ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖ୍ ସରକାର କିଛିବର୍ଷ ହେଲା ମାଟି ତିଆରି ଇଟାଭାଟି ଉପରେ କଟକଟା ଜାରି କରିଥିବା ବେଳେ କାଶୀନଗର ଅଞ୍ଚଳରେ ବେଆଇନ ଇଟାଭାଟି ଦିନକୁ ଦିନ ବଢ଼ି ଚାଲିଛି | ପୂର୍ବରୁ କାଶୀନଗର ତହସିଲ ଅନ୍ତର୍ଗତ ରାଣୀପେଣ୍ଠ, ସୀତାପୁର ଓ ହାଡ଼ୁଭାଙ୍ଗି ପଞ୍ଚାୟତର ବିଭିନ୍ନ ଇଟାଭାଟିକୁ ବନ୍ଦ କରିଥିଲା ପ୍ରଶାସନ। ତା’ପରେ ବି କିଛି ଲୋକେ ପ୍ରଶାସନକୁ ବେଖାତିର କରିବେଆଇନ ଇଟାଭାଟି ଚଳାଇଥିଲେ | ଏହାକୁ ଦୃଷ୍ଟିରେ ରଖ୍ ଜିଲ୍ଲାପାଳ ଅକ୍ଷୟ ସୁନୀଳ ଅଗ୍ରୱାଲଙ୍କ ନିର୍ଦ୍ଦେଶ କ୍ରମେ ଉପଜିଲ୍ଲାପାଳ ଅନୁପ କୁମାର ପଣ୍ଡା, କାଶୀନଗର ତହସିଲଦାର ସୁଧୀର କୁମାର ନନ୍ଦ, ଜିଲ୍ଲା ଖଣି ଅଧିକାରୀ ଦୀପେନ୍‌ ପରିଡ଼ାଙ୍କ ଉପସ୍ଥିତିରେ ସ୍ଥାନୀୟ ପୁଲିସ ସହ ଏକ ପ୍ଲାଟୁନ୍ ଫୋର୍ସ ପହଞ୍ଚି ବେଆଇନ ଇଟାଭାଟି ଭାଙ୍ଗିଥିଲେ. କାଶୀନଗର ତହସିଲ ଅଞ୍ଚଳର ଖାଣ୍ଡବା ପଞ୍ଚାୟତ ବାଡ଼ିଗାଁ, ସାରା, ନୂଆସାରା ଗ୍ରାମରେ ଚାଲିଥିବା ବେଆଇନ ଇଟାଭାଟିରେ ଜେସିବି ଦ୍ବାରା ଇଟାକୁ ନଷ୍ଟ କରାଯାଇଥିଲା । ତିନି

ମାସପୂର୍ବରୁ ବେଆଇନ ଇଟାଭାଟି ବନ୍ଦ ନେଇ ମାଲିକଙ୍କୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏକ ନିର୍ଦ୍ଦେଶପତ୍ର ଦିଆଯାଇଥିବା ପରେ ମଧ୍ୟ ବେଖାତିର ଭାବେ ଇଟା ଭାଟି ଚାଲୁ ରଖା ଯାଇଥିଲା. ଚଢାଉ ପରେ କାଶୀନଗର ତହସିଲର ୧୦ ଗୋଟି ବେଆଇନ ଇଟା ଭାଟିକୁ ବନ୍ଦ କରାଯିବା ସହ ୧୦ ଲକ୍ଷ ଟଙ୍କାର ଇଟାକୁ ନଷ୍ଟ କରାଯାଇଛି. ଏଥିସହ ସେମାନଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଥିବା ଗଜପତି ଜିଲ୍ଲା ଖଣି ଅଧିକାରୀ ଦିପେନ ପରିଡା ସୂଚନା ପ୍ରଦାନ କରିଛନ୍ତି