ଆଜିର ଖବର
୧-ଗଞ୍ଜାମରେ ବନ୍ୟା ସ୍ଥିତିରେ ସୁଧାର ; ୫୬ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ସ୍ଥାନାନ୍ତରଣ, ୩୭୦ଟି ସ୍ଥାନରେ ରନ୍ଧା ଖାଦ୍ୟ ବଣ୍ଟନ ଜାରି।
୨-ଅର୍ଣ୍ଣବ ଗଲା, ଆସୁଛି ମୁରାସୁ ! ବଙ୍ଗୋପସାଗରରେ ପୁଣି ହେବ ସାଇକ୍ଲୋନ୍; ସୃଷ୍ଟି ହେଲା ଅବପାତ,୩ ଓ ୪ରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା।
୩-୨୦୨୭ ପାଇଁ ସରକାରୀ ଛୁଟି ଘୋଷଣା, ସରକାରୀ କର୍ମଚାରୀଙ୍କୁ ମିଳିବ ୨୯ଟି ଛୁଟି।
୪-ବନ୍ୟା ସ୍ଥିତିକୁ ନେଇ ବଡ଼ ନିଷ୍ପତ୍ତି: ଗଞ୍ଜାମ ଜିଲ୍ଲାର ସମସ୍ତ ସ୍କୁଲ ଆସନ୍ତା ୩ ତାରିଖ ଯାଏଁ ବନ୍ଦ।
୫-ଦୀପାବଳିରେ ବାଣ ଫୁଟାଇବାକୁ ନେଇ ମାର୍ଗଦର୍ଶିକା ଜାରି; ସମୟ ନିର୍ଦ୍ଧାରଣ କଲା ପ୍ରଦୂଷଣ ବୋର୍ଡ, ସନ୍ଧ୍ୟା ୭ଟାରୁ ରାତି ୯ଟା ମଧ୍ୟରେ କେବଳ ଦୁଇ ଘଣ୍ଟା ପାଇଁ ବାଣ ଫୁଟାଇବାକୁ ପରାମର୍ଶ।
୬-ଭୁବନେଶ୍ୱର: ସକାଳୁ ସକାଳୁ କୁହୁଡ଼ିର ଧଳା ଚାଦରରେ ଢାଙ୍କି ହେଲା ଟ୍ୱିନ୍ ସିଟି, ଯାତାୟାତ ପ୍ରଭାବିତ।
୭-ଭୁବନେଶ୍ୱର: ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ଯୋଗୁଁ ଆସନ୍ତା କାଲି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ।
୮-ଗଞ୍ଜାମ:ବିଧାୟକଙ୍କୁ ଆକ୍ରମଣ ,ବନ୍ୟା ସ୍ଥିତି ସମୀକ୍ଷା ବେଳେ କୁମ୍ଭାରୀ ଗାଁରେ ,ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରୋଶର ଶିକାର ହେଲେ।
୯-ଋଷିକୁଲ୍ୟା ବନ୍ୟା ସ୍ଥିତି ନେଇ ତତ୍ପର ସରକାର: ଗଞ୍ଜାମ ଗସ୍ତ କଲେ ସଚିବ ଶୁଭା ଶର୍ମା, କ୍ଷତିଗ୍ରସ୍ତ ବନ୍ଧର ତୁରନ୍ତ ମରାମତି ପାଇଁ ନିର୍ଦ୍ଦେଶ।
୧୦-ଭୁବନେଶ୍ବର:ଥାର ଗାଡ଼ିରେ ସେଲ୍ସମ୍ୟାନ ଅପହରଣ ଓ ପାଞ୍ଚ ଲକ୍ଷ ଟଙ୍କା ଡିମାଣ୍ଡ ମାମଲା, ଦୁଇ ଅଭିଯୁକ୍ତଙ୍କୁ ଗିରଫ।
୧୧-ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ବିଦ୍ୟାଭାରତୀଙ୍କୁ ଝଟକା; ହାଇକୋର୍ଟରୁ ମିଳିଲାନି ଆଶ୍ୱସ୍ତି, ଖାରଜ ହେଲା ଆଗୁଆ ଜାମିନ।
୧୨-ରାଇକିଆ:ଆଣ୍ଠୁଏ କାଦୁଅ ଓ ଭରା ପାଣି ଭିତରେ ପଶି ରେସ୍କ୍ୟୁ ଅପରେସନ୍, ୬୦ ଜଣଙ୍କୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ।
୧୩-ସହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟରେ ବଢ଼ିଲା ୨୫ଟି MBBS ସିଟ୍। ଆସନ୍ତା ବର୍ଷରୁ ହେବ ଆଡ଼ମିଶନ।
୧୪-ନଭେମ୍ବର ୧୫ ଯାଏଁ ବଢ଼ିଲା NMMSS ଆବେଦନ ଅବଧି । ପ୍ରତିବର୍ଷ ୧ ଲକ୍ଷ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଏ ଏହି ସ୍କଲାରସିପ୍।
୧୫-ରାମଲୀଳା ମଇଦାନ:ଜ୍ଞାନେଶ କୁମାରଙ୍କ ବହିଷ୍କାର ଦାବି ; ‘ଇଣ୍ଡିଆ’ ବ୍ଲକର ଗଣ ମହାଭିଯୋଗ କାର୍ଯ୍ୟକ୍ରମ ଆଜି,୩ ହଜାରରୁ ଉର୍ଦ୍ଧ୍ବ ପୁଲିସ ମୁତୟନ।
୧୬-ଆନ୍ଧ୍ର ପ୍ରଦେଶ, ଅନନ୍ତ ପୁର:ପାଗଳ ପ୍ରେମିକର ଉନ୍ମତ କାଣ୍ଡ, ବିଦ୍ୟାଳୟରେ ଛାତ୍ରୀଙ୍କୁ ଆକ୍ରମଣ, ୨ ଛାତ୍ରୀଙ୍କ ଅବସ୍ଥା ସଙ୍ଗୀନ।
୧୭-୪୨ ବର୍ଷର ସାମରିକ ସେବାକୁ ବିଦାୟ; ଅବସର ନେଲେ ଅପରେସନ ସିନ୍ଦୂରର ନେତୃତ୍ୱ ନେଇଥିବା ବାୟୁସେନା ମୁଖ୍ୟ ଏ.ପି. ସିଂହ।
୧୮-ଆଜି ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ ଅନ୍ତିମ ଟି-୨୦ ମ୍ୟାଚ୍
୧୯-ପଞ୍ଜାବ ନିର୍ବାଚନ: ୪୦ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କଲା ଆପ୍।
୨୦-ସାମ୍ବାଦିକା ନିଧି ରାଜଦାନଙ୍କ ହାତ ଧରିଲେ ଓମାର ଅବଦୁଲ୍ଲା, ସୋସିଆଲ ମିଡିଆରେ ଦେଲେ ବାହାଘର ଖବର।
୨୧-ଇସ୍ରାଏଲରେ ଅକଳ ସ୍ଥିତିରେ ସରକାର ଗଠନ, ସିଧାସଳଖ ପ୍ରଧାନମନ୍ତ୍ରୀ ଚୟନ ଲାଗି ହେଉଛି ବିଚାର ବିମର୍ଶ।
୨୨-ଆମେରିକା ଓ ଇସ୍ରାଏଲକୁ ମୋଜତବାଙ୍କ ଚେତାବନୀ: ଇରାନ ସହ ଲାଗିଲେ ପରିଣତି ଭୋଗିବ।
