April 26, 2026

ଖୋରଧା ଜିଲ୍ଲା ସବୁ ନିଶା କାରବାରରେ ପାରଙ୍ଗମ

IMG-20260321-WA0026
Share

ଖୋରଧା,_(ପ୍ରିୟଙ୍କା ମହାପାତ୍ର) ଖୋରଧା ଜଟଣୀ ରାସ୍ତାରେ ମୋଦୀ ପଡ଼ିଆ ଠାରେ ଚଢ଼ଉ କରି ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ବିପୁଳ ପରିମାଣର କଫ୍ ସିରଫ୍ ସମେତ ନଗଦ ଲକ୍ଷାଧିକ ଟଙ୍କା ଜବତ କରିଛି । ଏଥି ସହିତ ଘଟଣା ସ୍ଥଳରୁ ୩ କାର , ୩ ବାଇକ୍ ଓ ୫ ଗୋଟି ମୋବାଇଲକୁ ଜବତ କରାଯାଇଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ବେଗୁନିଆ ଥାନା କଡ଼ବ ଗ୍ରାମର ରଞ୍ଜନ ପାଟ୍ଟଶାଣୀ (୨୫) ସମେତ ଖୋର୍ଦ୍ଧା ଆଦର୍ଶ ଥାନା ଅଞ୍ଚଳର ଜଗନ୍ନାଥ ପ୍ରଧାନ (୪୪) , କଟକ ଜିଲ୍ଲା ଅନ୍ତର୍ଗତ ନୂଆପଡ଼ା ବାଲିସାହିର ଜ୍ୟୋତି ରଞ୍ଜନ ସାହୁ (୩୪) ଓ ଶେଖ୍ ବଜାରର ତ୍ରିଲୋଚନ ସାହୁ (୪୨) ଙ୍କୁ ପୋଲିସ ଗିରଫ କରିଛି ବୋଲି ଏସପି ଅଫିସରେ ଆଜି ଆୟୋଜିତ ସମ୍ବାଦିକ ସମ୍ମିଳନୀ ରେ ଖୋର୍ଦ୍ଧା ଏସପି ବିବେକାନନ୍ଦ ଶର୍ମା ସୂଚନା ଦେଇଛନ୍ତି । ଖୋର୍ଦ୍ଧା ମୋଦୀ ପଡ଼ିଆ ଠାରେ ବଡ଼ ଧାରଣର କଫ୍ ସିରଫ୍ କାରବାର ହେଉଥିବାର ବିଶେଷ ସୂତ୍ରରୁ ଖବର ମିଳିଥିଲା । ଏହି ସମୟରେ ଅଭିଯୁକ୍ତ ମାନଙ୍କୁ ଧରିବା ଲାଗି ଖୋର୍ଦ୍ଧା ଏସ୍‌ପି ଙ୍କ ନିର୍ଦ୍ଦେଶ କ୍ରମେ ଏସଡିପିଓ ନିହାର ପ୍ରଧାନ ଓ ଥାନା ଅଧୀକାରି ଉମେଶ ସାହୁ ଙ୍କ ତତ୍ତ୍ଵାବଧାନରେ ଏକ ଟିମ୍ ଗଠନ କରାଯାଇଥିଲା । ଏହି ଟିମ୍ ଗତ କାଲି ରାତି ୮. ୩୦ ସମୟରେ ଚଢାଉ କରିଥିଲେ । ଚଢାଉ ସମୟରେ ଅଭିଯୁକ୍ତ ମାନେ ପୋଲିସକୁ ଚଖମା ଦେଖାଇ ଖଶିବାକୁ ଉଦ୍ୟମ କରୁଥିଲେ । ମାତ୍ର ପୋଲିସ ସେମାନଙ୍କୁ କାବୁ କରି ନେଇଥିଲା । ପୋଲିସ ସେମାନଙ୍କ ଠାରୁ ୮୫୦ ବୋତଲ କଫ୍ ସିରଫ୍ , ନଗଦ ୧,୨୭ , ୧୦୦ ଟଙ୍କା , OD-02-CR-1333,OD-02-T-6708,OR-02-BQ-1333 ନମ୍ବର ବିଶିଷ୍ଟ ୩ କାର OD-25-S-1894 ଏବଂ OD-05-BC-7785 ବିଶିଷ୍ଟ ସ୍କୁଟି ସମେତ ୫ ଟି ମୋବାଇଲ ଫୋନ୍‌କୁ ପୋଲିସ ଜବତ କରିଅଛି । ଗିରଫ୍ ଅଭିଯୁକ୍ତଙ୍କୁ ତଦନ୍ତ ବେଳେ ହିମାଞ୍ଚଳ ପ୍ରଦେଶରୁ ମାଲ୍ ଆସୁଥିବା ବେଳେ ଏଠାରେ ସେମାନେ ବିଭିନ୍ନ ଜିଲ୍ଲା ମାନଙ୍କୁ ପଠାଉଥିବା ଜଣାଯାଇଛି , ଗିରଫ ଅଭିଯୁକ୍ତ ମାନଙ୍କୁ ପୋଲିସ୍ ୭୪/ ୨୪ ରେ ଏକ ମାମଲା ରୁଜୁ କରି ଗିରଫ ପରେ ଖୋର୍ଦ୍ଧା କୋର୍ଟକୁ ଚାଲାଣ କରାଯାଇଅଛି ବୋଲି ଖୋର୍ଦ୍ଧା ଏସପି ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଖୋରଧା ଏସ ପି ବିବେକାନନ୍ଦ ଶର୍ମା,ଏସଡ଼ିପିଓ ନିହାର ପ୍ରଧାନ ଓ ଥାନା ଅଧିକାରୀ ଉମେଶ ସାହୁ ଉପସ୍ଥିତ ଥିଲେ ।