April 28, 2026

ପୁରୀରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

IMG-20260221-WA0059
Share

 

ପୁରୀ:୨୧ ଫେବୃଆରୀ ଅନ୍ତର୍ଜାତୀୟ ମାତୃଭାଷା ଦିବସ ଉପଲକ୍ଷେ ଆଲୋଚନାଚକ୍ର ସ୍ଥାନୀୟ ଭକ୍ତ ସାଲବେଗ ସଭାଗୃହରେ ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟି ଏବଂ ପ୍ରିୟପତ୍ର ମିଳିତ ସହଯୋଗରେ ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ର ଗଠନରେ ମାତୃଭାଷାର ଭୂମିକା ବିଷୟରେ ଉପସ୍ଥିତ ସଭ୍ୟାମାନେ ନିଜ ନିଜ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହେନ୍ଦ୍ର ଦାଶ, ବିଜୟଲକ୍ଷ୍ମୀ ଦାଶ ମିଶ୍ର, ଡକ୍ଟର ହେମନ୍ତ କୁମାର ଛୋଟରାୟ, ଅନ୍ନପୂର୍ଣ୍ଣା ଦେବୀ, ପ୍ରତିଭା ଦାଶ, ମହେଶ୍ୱର ଜେନା, ଶାନ୍ତନୁ କୁମାର ରଥ, ଯୋଗେଶ୍ୱର ପ୍ରହରାଜ, ରେଣୁବାଳା ଦଳାଇ, ପ୍ରବାସିନୀ ମିଶ୍ର, ଜାନକୀ ବଲ୍ଲଭ ଦାଶ, ପ୍ରମୋଦ କୁମାର ପ୍ରଧାନ, ବିଜୟ କୁମାର ପଣ୍ଡା, ଅନନ୍ତ ପ୍ରଧାନ, ମିନତି ମିଶ୍ର, ଚନ୍ଦ୍ରଶେଖର ମହାରାଣା, ଯୋଗେଶ୍ୱର ନାୟକ, ସନ୍ନ୍ୟାସୀ ନାୟକ, କଳ୍ପନା ମିଶ୍ର , ସୁରେଶ କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଥିଲେ । ପ୍ରାରମ୍ଭରେ ପ୍ରିୟପତ୍ର ସଂପାଦକ ବିପିନ ବିହାରୀ ଦଳାଇ ଉତ୍ସବ ପାଳନ ବିଷୟରେ ସୂଚନା ପ୍ରଦାନ କରିବା ସହିତ ସଭା ପରିଚାଳନା କରିଥିଲେ। ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟିର ସମ୍ପାଦକ ଶ୍ରୀଯୁକ୍ତ ଚକ୍ରଧର ମହାପାତ୍ର ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ। ଶେଷରେ ଅନନ୍ତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଅମେ ଓଡ଼ିଆରେ ଦସ୍ତଖତ କରିବାର ଶପଥଗ୍ରହଣ ପରେ ସଭା ସାଙ୍ଗ ହେଲା।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed