December 5, 2024

ମିରିଗୁଡ଼ା ପ୍ରାଥମିକ ବିଦ୍ୟାଳୟର ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ………

Share

ଉମରକୋଟ – ଉମରକୋଟ ବ୍ଲକ୍ ଅନ୍ତର୍ଗତ ଭାମିନୀ ପଞ୍ଚାୟତର ମିରିଗୁଡା ଗ୍ରାମ ସ୍ଥିତ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ବିଦ୍ଯାଳୟର ପ୍ରଧାନ ଶିକ୍ଷକ ଶ୍ରୀ ହେମନ୍ତ କୁମାର ଜେନାଙ୍କ ସଭାପତିତ୍ୱ କରିଥିବା ବେଳେ, ଏହି ଉତ୍ସବ ରେ ମୁଖ୍ଯ ଅତିଥି ରୂପେ ଯୋଗ ଦେଇଥିଲେ ଭାମିନୀ ସରପଞ୍ଚ ଶ୍ରୀମତୀ ମାଳତୀ ଭତ୍ରା, ମୁଖ୍ୟ ବକ୍ତା ରୂପେ ଉମରକୋଟ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ପୁରୁଷୋତ୍ତମ ମାଝୀ ଓ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ ଉମରକୋଟ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଦେବେନ୍ଦ୍ର ବାଗ୍। ମୁଖ୍ଯ ଅତିଥି ତାଙ୍କ ଅଭିଭାଷଣରେ ପିଲାମାନଙ୍କୁ ପାଠ ପଢି ନିଜ ଗ୍ରାମର ସୁନାମ ରକ୍ଷା କରିବାକୁ କହିଥିବା ବେଳେ ମୁଖ୍ଯ ବକ୍ତା ତାଙ୍କ ବକ୍ତବ୍ଯ ରେ ଆମେ ପଛୁଆ ନୁହେଁ ବରଂ ପାଠ ପଡି ଦେଶ ଜାତିର ବିକାଶ କରିବୁ ବୋଲି ପ୍ରେରଣା ଦେଇଥିଲେ। ସମାନ୍ନିତ ଅତିଥି ଶ୍ରୀ ଦେବେନ୍ଦ୍ର ବାଗ୍ ସବୁଦିନେ ନିୟମିତ ସ୍କୁଲକୁ ଆସି ଦିନେ ବଡ ଅଫିସର ହେବାକୁ ଲକ୍ଷ୍ଯ ରଖିବାକୁ ପରାମର୍ଶ ଦେଇଥିଲେ। ସେହିପରି ବିଦ୍ଯାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ଶୁକଦେବ ମାଝୀ ବିଦ୍ଯାଳୟର ଶିକ୍ଷକ କୋଠରୀ ଆଦି ଆବଶ୍ଯକତା କୁ ଉପସ୍ଥାପନା କରି ଶିକ୍ଷକ ମାନଙ୍କୁ ଅଧିକ ଚେଷ୍ଟା କରିବାକୁ ଅନୁରୋଧ କରିଥିଲେ। ବିଦ୍ଯାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ ବନିତା ବେହେରାଙ୍କ ସ୍ବାଗତ ଭାଷଣ ପରେ ,ଅତିଥି ମାନଙ୍କ ଦ୍ଵାରା ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ଜଳନ କରିଥିଲେ। ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ ବିଦ୍ଯାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ବନାନୀ ରାଉତ। ଏହାପରେ ମଞ୍ଚାସୀନ ଅତିଥି, ବିଦ୍ଯାଳୟର ମୋ ସ୍କୁଲ ଅଭିଯାନର ସଭାପତି ଶ୍ରୀଯୁକ୍ତ ଗଣେଶ କଲାର ଓ ବିଦ୍ଯାଳୟ ସଭାପତିଙ୍କ ଦ୍ବାରା ଛାତ୍ର ଛାତ୍ରୀଙ୍କୁ ,ପୁରସ୍କାର ପ୍ରଦାନ କରାଯାଇ ଥିଲା। ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଧନ୍ଯବାଦ ଅର୍ପଣ କରି ଥିଲେ ଶିକ୍ଷୟିତ୍ରୀ ଶ୍ରୀମତୀ ସୁନିତା ବିଶ୍ବାଳ। ବିଭିନ୍ନ କାର୍ଯ୍ୟ ରେ ସହଯୋଗ କରିଥିଲେ ଶିକ୍ଷକ ସର୍ବଶ୍ରୀ ଶ୍ରୀଧର ସାମଲ, ଫନିନ୍ଦ୍ର ଗାଇନ, ତ୍ରିପତି ପଟ୍ଟନାୟକ, ଇନ୍ଦ୍ରନିଲ୍ କର ପ୍ରମୁଖ। ଥିସାଗୁଡା, ଡଙ୍ଗ୍ରୀଗୁଡା ଓ ମିରିଗୁଡା ଗ୍ରାମର ଶତାଧିକ ଗ୍ରାମବାସୀ ଓ ଅଭିଭାବକ ମାନେ ଏଥିରେ ଉତ୍ସାହର ସହ ଯୋଗ ଦେଇଥିଲେ। ଏଥିରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଶ୍ରୀମତୀ ମାଳତୀ ଭଚ୍ରା, ଶ୍ରୀ ପୁରୁଷୋତ୍ତମ ମାଝୀ ଓ ଶ୍ରୀ ଦେବେନ୍ଦ୍ର ବାଗ୍ ଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା ଦିଆଯାଇ ଥିଲା।

(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

 

You may have missed