ପୁରୀ ଚକ୍ରତୀର୍ଥ ନୂଆସାହି ନୋକାଲାମା କ୍ଲବ ଆନୁକୁଲ୍ୟରେ ମକର ପଂଗଲ ଉତ୍ସବ ଉଦଯାପିତ ।
ପୁରୀ ଚକ୍ରତୀର୍ଥ ନୂଆସାହି ନୋକାଲାମା କ୍ଲବ ଆନୁକୁଲ୍ୟରେ ମକର ପଂଗଲ ଉତ୍ସବ ଉଦଯାପିତ । ଗତକାଲି ସନ୍ଧ୍ୟାରେ ଏହି କାର୍ଯ୍ୟକ୍ରମ କୁ ମେଦର ସାହି, ଅଶୋକ ଲେନ୍, ତନ୍ତୀ ସାହି, ଚିଟିରାଜୁ ଲେନ ଓ ନୋକଳମା ସାହିର ତେଲୁଗୁ ସମ୍ପ୍ରଦାୟ ଲୋକମାନେ ତିନି ଦିନ ପଂଗଲ ଉତ୍ସବ ପାଳନ କରିଥିଲେ । ପ୍ରଥମ ଦିନ ଭୋଗି ବା ଅଗ୍ନି ଜଳା ହୋଇ ଥିଲା ।
ଦ୍ୱିତୀୟ ଦିନ ଦିନ ସମସ୍ତ ଘରେ ଘରେ ବିଭିନ୍ନ ପିଠାପଣା ସହ ପିତୃପୁରୁଷଙ୍କୁ ନୂଆ ଲୁଗା ସମର୍ପଣ ଓ ପୂଜା ଅର୍ଚ୍ଚନା କରିବା ସହ ନିଜ ଦାଣ୍ଡ ଦ୍ୱାରେ ସୁନ୍ଦର ରଙ୍ଗରେ ଛିତ୍ତା ବା ରଂଘୋଲି ମାନ ସାହିର ଝିଅ ମାନେ ପକାଇଥିଲେ । ଏହି ରଙ୍ଗୋଲି ପ୍ରତିଯୋଗିମାନଙ୍କୁ ପୁରସ୍କୃତ କରିବା ପାଇଁ ମୁଖ୍ୟ ନିର୍ଣ୍ଣାୟକ ରୂପେ ବିଜେପି ର ପୂର୍ବତନ ମଣ୍ଡଳ ସଭାପତି ତଥା ପୁରୁଖା ନେତା ଶ୍ରୀ ସଂଜୀବ ମୁଖାର୍ଜୀ ଚାନ୍ଦୁ ଦାଦା , ୨୭ ନଂ ୱାର୍ଡର କାଉନସିଲର ମାନସ ଲେଙ୍କା, ୨୫ ନଂ ୱାର୍ଡର କାଉନସିଲର ଏନ ବଳରାମ ରେଡ୍ଡୀ, ଚକ୍ରତୀର୍ଥ ନୂଆସାହି ସ୍କୁଲର ପ୍ରଧାନ ଶିକ୍ଷୟାତ୍ରି ମୀନା ଗୁରୁମା, ବାପି ସାର୍ ଏବଂ ପୁରୀ ଜିଲ୍ଲା ମତ୍ସ୍ୟ ଜିବୀ ସଂଘ ସଭାପତି ବାବୁଲା ପ୍ରସାଦ ନିର୍ଣ୍ଣାୟକ ରୂପେ ଯୋଗ ଦେଇଥିଲେ । ଏହି ରଙ୍ଗୋଲି ପ୍ରତିଯୋଗିତା ରେ ୧୦୪ ପ୍ରତିଯୋଗିନି ଯୋଗଦେଇଥିଲେ ଏବଂ ଏହାକୁ ନୋକଲମା କ୍ଲବ ର ସଭାପତି ଅର୍ ବାଳକୃଷ୍ଣ ଓ ଉପ ସଭାପତି ଏଲ୍ ସଂଜିଭି ଏବଂ କ୍ଲବ ସଭ୍ୟ ମାନେ ପରିଚାଳନା କରିଥିଲେ । ତୃତୀୟ ଦିନ ଶେଷ ଦିନ କନୁମୁ ବା ଆମୋଦ ପ୍ରମୋଦ ଦିନ ଏହି ଦିନ ଦିନ ସାରା ବିଭିନ୍ନ ପ୍ରତିଯୋଗିତା ଝିଅ ପୁଅ ମଧ୍ୟରେ ହୋଇଥିଲା ଯଥା କବାଡି, ଦୌଡ, ପଟାଟୋ ସ୍ପୁନ, ମିଉଜିକ ଚ୍ୟାର ଓ ଦୋଉଡ଼ିଖେଳ ଏବଂ ସନ୍ଧ୍ୟାରେ ସାଂସ୍କୃତିକ ବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ନୋକଲାମା କ୍ଲବ ଖେଳ ପଡ଼ିଆରେ ଆୟୋଜନ କରାଯାଇଥିଲା ଏହି ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ପ୍ରାକ୍ତନ ବିଧାୟକ ମାନ୍ୟବର ଜୟନ୍ତ କୁମାର ଷଡ଼ଙ୍ଗୀ , ସମ୍ମାନୀୟ ଅତିଥି ରୂପେ ବିଜେପି ର ପୂର୍ବତନ ମଣ୍ଡଳ ସଭାପତି ତଥା ପୁରୁକା ନେତା ସଂଜୀବ ମୁଖାର୍ଜୀ ଚାନ୍ଦୁ ଦାଦା, ୨୭ ନଂ ୱାର୍ଡର କାଉନସିଲର ମାନସ ଲେଙ୍କା, ୨୫ ନଂ ୱାର୍ଡର ୱାର୍ଡର କାଉନସିଲର ଶ୍ରୀ ଏନ ବଳରାମ ରେଡ୍ଡୀ,ପୁରୀ ଜିଲ୍ଲା ମତ୍ସ୍ୟ ଜିବୀ ସଂଘ ସଭାପତି ଶ୍ରୀ ବାବୁଲା ପ୍ରସାଦ, ବିଜେପି ର ପୂର୍ବତନ ମହିଳା ମଣ୍ଡଳ ସଭାପତି ଶ୍ରୀମତୀ ଅନିତା ପଟ୍ଟନାୟକ, ପୂର୍ବତନ ପୁରୀ ଜିଲ୍ଲା ପିପି ଶ୍ରୀ ବିଜୟ ମିଶ୍ର , ଆରଏସଏସ ପୁରୀ ଶାଖା ପ୍ରମୁଖ ଶ୍ରୀ ଅରବିନ୍ଦ ଭାଇ, ରମେଶ ବେହେରା ଭାଇ, ଜି ନାଗୁ ଭାଇ ମଞ୍ଚରେ ମଞ୍ଚାସିନ ହୋଇ ସହ ସହ ଲୋକଙ୍କୁ ମକର ପଙ୍ଗଲ ଶୁଭ କାମନା କରିଥିଲେ ଓ କୃତି ପ୍ରତିଯୋଗିମାନଙ୍କୁ ପୁରସ୍କୃତ କରିଥିଲେ ଏବଂ ଏହି ମଞ୍ଚ ପରିଚାଳନା କରିଥିଲେ ନୋକଲମା କ୍ଲବ ର ସଭାପତି ଶ୍ରୀ ଅର୍ ବାଳକୃଷ୍ଣ ଓ ଧନ୍ୟବାଦ ଅର୍ପଣ କରିଥିଲେ କ୍ଲବର ଉପ ସଭାପତି ଏଲ ସଂଜୀବି । ସମ୍ପୂର୍ଣ ପୋଙ୍ଗଲ ଉତ୍ସବ ସୁପରିଚାଳନା ନୋକାଲାମା କ୍ଲବର ସମସ୍ତ ସଭ୍ୟ ବୃନ୍ଦ ଦ୍ଵାରା ସମ୍ପର୍ନ୍ନ ହୋଇଥିଲା। ଏହି ତିନି ଦିନ ଚକ୍ରତୀର୍ଥ ନୂଆସାହି ରେ ଝିଅ ଯୋଇଁ ନାତି ନାତୁଣୀ ଙ୍କ ସହ ଆନନ୍ଦ ଉଲାସ ରେ ନୂଆ ନୂଆ ବସ୍ତ୍ର ଧାରଣ କରି ଖାଇ ପିଇ ଖୁସିରେ ଉତ୍ସବ ପାଳନ କରିଥିଲେ ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
