April 27, 2026

ଭିଟାମାଟି ଓ ଜୀବନଜୀବିକା ସୁରକ୍ଷାମଞ୍ଚ ପକ୍ଷରୁ ବିଶାଳ ବିକ୍ଷୋଭ ଓ ଦାବୀ ପତ୍ର ପ୍ରଦାନ..

IMG-20251220-WA0123
Share

 

ନୀଳଗିରି ( ଦେବାଶିଷ ଦାଶ )

 

କୁଲଡିହା ଅଭୟାରଣ୍ୟରେ ବସବାସ କରୁଥିବା ଲୋକମାନଙ୍କୁ ଉଛେଦକରିବା ପାଇଁ ପ୍ରଶାସନପକ୍ଷରୁ ବାରମ୍ବାର ନୋଟିସ କରାଯାଉଛି। ଲୋକମାନେ ଏହାଦ୍ବାରା ଆତଙ୍କିତ ଅବସ୍ଥାରେ ଅଭାୟରଣ୍ୟରେ ରହୁଛନ୍ତି। ବନବିଭାଗ ପକ୍ଷରୁ ସାଧାରଣ ଲୋକଙ୍କ ଉପରେ ଜୁଲମ୍ କରାଯାଇଛି। ଏପରିକି ସାଧାରଣ ଲୋକ ମାନଙ୍କୁ ବିନାକାରଣରେ ଘରୁ ଧରିଆଣି ଅତ୍ୟାଚାର କରାଯାଉଛି। ଅଭାୟରଣ୍ୟ ସୀମା ବାବଦରେ ଉଚ୍ଚନ୍ୟାୟାଳୟରେ ଭିଟାମାଟି ଓ ଜୀବନଜୀବିକା ସୁରକ୍ଷାମଞ୍ଚ ପକ୍ଷରୁ ମୋକଦ୍ଦମା ଚାଲୁଥିବା ବେଳେ ସରକାରଙ୍କ ଏଭଳି ପଦକ୍ଷେପକୁ ବିରୋଧ କରାଯାଇଛି। ଆଜି ଭିଟାମାଟି ଓ ଜୀବନଜୀବିକା ସୁରକ୍ଷାମଞ୍ଚର ଆବାହକ ଶ୍ରୀ ବିଜୟ କୁମାର ପାତ୍ରଙ୍କ ନେତୃତ୍ଵରେ ହଜାର ହଜାର ସଂଖ୍ୟାରେ ଲୋକ ଜଗନ୍ନାଥମନ୍ଦିର ଠାରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବାପରେ ନୀଳଗିରି ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ବିକ୍ଷୋଭସଭାରେ ପୂର୍ବତନ ସରପଞ୍ଚ ରଘୁନାଥ ସିଂ ସଭାପତିତ୍ବ କରିଥିଲେ। ଉକ୍ତସଭାରେ ଆଦିବାସୀ ରାଜ୍ୟନେତା ଚାମୁରୁ ସୋରେନ, ଜ୍ୟୋତିର୍ମୟ ରାଉତ, ଯୋଗାନନ୍ଦ ଦାସ, ଅଶୋକ ଦାସ, ଯାମିନୀ ହାଁସଦା, ହେମେନ୍ଦ୍ର ସେଠି, ଅମରେନ୍ଦ୍ର ନାୟକ, ପୁରୁଷୋତ୍ତମ ଖଣ୍ଡେଇ ,ଗଜେନ୍ଦ୍ର ସିଂ, ଜଗନ୍ନାଥ ସିଂ, ଲକ୍ଷ୍ମୀଧର ସାହୁ, ସତ୍ୟଜିତ ଦାସ, ସୁରେଶ ନାୟକ, ମନୋରଞ୍ଜନ ସାହୁ, ମହେଶ୍ବର ଭୂୟାଁ, କାଳିଆ ପାତ୍ର, ଉମାକାନ୍ତ ଷଡଙ୍ଗୀ, ସିତାଂଶୁ ସେନାପତି, ନିର୍ମଳ ନାୟକ, ଶିଶିର ହୁଇ, ସୁଶାନ୍ତ ଜେନା, ନାରାୟଣ ଧାମୁଡ଼ିଆ, ହାଡ଼ିବନ୍ଧୁ ସିଂ ଙ୍କ ସମେତ ବହୁସାଥୀ ସରକାରଙ୍କ ନୀତିକୁ ସମାଲୋଚନା କରିଥିଲେ। ଏହି ଉପଲକ୍ଷେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପାଞ୍ଚହଜାରରୁ ଉର୍ଦ୍ଧ ଲୋକଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ଉପଜିଲ୍ଲାପାଳ ଶ୍ରୀମତୀ ଶୁଭଶ୍ରୀ ରଥଙ୍କୁ ଦିଆଯାଇଛି। ଯଦି ପ୍ରଶାସନପକ୍ଷରୁ ଲୋକମାନଙ୍କ ଉପରେ ବାରମ୍ବାର ନୋଟିସ ଲଗାଇ ଓ ଭୟଭୀତ କରିବା ବନ୍ଦନହୁଏ ଆଗାମୀ ଦିନରେ ଭିଟାମାଟି ଓ ଜୀବନ ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ପ୍ରଶାସନକୁ ଦୃଢ ଜାବାବ ଦିଆଯିବ ବୋଲି ଆଜିର ଏହି ସଭାମାଧ୍ୟମରେ ଚେତାବନୀ ଦିଆଯାଇଛି।