April 28, 2026

ବାଇକ୍ ଧକ୍କାରେ ଜଣେ ମୃତ, ଚାଳକ ଗୁରୁତର 

IMG-20251220-WA0119
Share

 

ବୁଗୁଡା : ତା ୨୦/୧୨/୨୫ : ବୁଗୁଡ଼ା ବ୍ଲକର କଳମ୍ବ ପଞ୍ଚାୟତ ଅନ୍ତର୍ଗତ କାଦପଡା ଗ୍ରାମର ବନ୍ଧ ନିକଟସ୍ଥ ରାସ୍ତାରେ ବାଇକ୍ ଦୁର୍ଘଟଣାରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଯୁବ ଚାଳକ ଜଣକ ଗୁରୁତର ଅବସ୍ଥାରେ ବ୍ରହ୍ମପୁରକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି। ମୃତ ବ୍ଯକ୍ତି ଜଣକ ହେଲେ କାଦପଡା ଗ୍ରାମର ଇନ୍ଦ୍ରମଣି ରାଉତ (୫୫) ଏବଂ ଗୁରୁତର ଜଣକ ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ପ୍ରତାପପୁର ଗ୍ରାମର ଜିତୁ ନାୟକ (୨୪)।ଘଟଣାରୁ ପ୍ରକାଶ ଯେ, ଶନିବାର ସଂନ୍ଧ୍ଯାରେ ପ୍ରତାପ ବାଇକ୍ ଯୋଗେ ବ୍ରହ୍ମପୁରରୁ ନିଜ ଗାଁ ପ୍ରତାପପୁରକୁ ଫେରୁଥିବା ବେଳେ କାଦପଡା ଗାଁ ବନ୍ଧ ନିକଟରେ ରାସ୍ତା ପାର ହେଉଥିବା ଇନ୍ଦ୍ରମଣିଙ୍କୁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ବୁଗୁଡା ମେଡିକାଲକୁ ଅଣାଯାଇଥିଲା । ସେଠାରେ ଡ଼ାକ୍ତର ଇନ୍ଦ୍ରମଣିଙ୍କୁ ମୃତ ଘୋଷଣା କରିଥିଲା ବେଳେ ମୁହଁ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜିତୁକୁ ପ୍ରାଥମିକ ଚିକିତ୍ସା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଏ ନେଇ ଖବର ପାଇବା ପରେ ପୋଲିସ ମେଡିକାଲରେ ପହଞ୍ଚି ଶବକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।