ଦୁର୍ଘଟଣାରେ ଗୁରୁତର ଯୁବକକୁ ଡାକ୍ତରଖାନାରେ ଭେଟିଲେ ବ୍ଲକ ଉପାଧ୍ୟକ୍ଷ
ହାଟଡିହି ତା ୨୦/୧୨(ମନମୋହନ ନାୟକ) : ଭଦ୍ରକ-ଆନନ୍ଦପୁର ୫୩ନଂ ରାଜ୍ୟ ରା ରାଜପଥର ହାଟଡିହି ବ୍ଲକଛକ ନିକଟରେ ଏକ କୁକୁଡା ବୋଝେଇ ଗାଡି ସମୁଖରୁ ଆସୁଥିବା ବାଇକକୁ ଧକ୍କା ଦେବାରୁ ଦୁଇ ବାଇକ ଆରୋହୀ ଗୁରୁତର ହୋଇଥିଲେ। ଦୁଇ ବାଇକ ଆରୋହୀ ହେଲେ ଜମ୍ଭିରା ଗ୍ରାମର ସିଗ୍ଧା ରଞ୍ଜନ ପଣ୍ଡା ଓ ନବଘନ ଜେନା। ସ୍ଥାନୀୟ ଲୋକମାନେ ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭୁବନେଶ୍ବରସ୍ଥିତ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଇଛନ୍ତି। ନବଘନ ଅତି ଗରିବ ପରିବାରର ହୋଇଥିବାରୁ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି। ଗାଁ ଯୁବକଙ୍କ ଦ୍ବାରା କିଛି ସାହାଯ୍ୟ କରାଯାଉଥିଲେ ମଧ୍ୟ ଚିକିତ୍ସା ନିମନ୍ତେ ଅର୍ଥ ନିଅଣ୍ଟ ହେଉଛି। ଏହି ଖବର ପାଇବା ପରେ ହାଟଡିହି ବ୍ଲକ ଉପାଧ୍ୟାକ୍ଷ ରତିକାନ୍ତ ରାଉତ କିମସ ହସ୍ପିଟାଲକୁ ଯାଇ ଆହତଙ୍କୁ ଭେଟିବା ସହିତ ନିଜ ସାଧ୍ୟମତେ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଗୁରୁତରଙ୍କ ଚିକିତ୍ସା ପାଇଁ ପ୍ରଶାସନ ଓ ବଦାନ୍ୟ ବ୍ୟକ୍ତି ସହଯୋଗର ହାତ ବଢାଇବାକୁ ପରିବାର ଲୋକେ ନିବେଦନ କରିଛନ୍ତି।
