ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ଆତ୍ମନିର୍ଭର ଭାରତ ସ୍ୱଦେଶୀ ଅଭିଯାନ ଏବଂ ମେଳା ଅନୁଷ୍ଠିତ…….
ନବରଙ୍ଗପୁର:-(ଏମ୍.ଦୀନା°ଶୁ ଆଚାରୀ) ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ଆତ୍ମନିର୍ଭର ଭାରତ ସ୍ୱଦେଶୀ ଅଭିଯାନ ମେଳା ସମ୍ବଳିତ ବିଭନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ସ୍ୱଦେଶୀ ବନାମ ବିଦେଶୀ ବିଷୟ ଅନ୍ତର୍ଭୁକ୍ତ ବକ୍ତୃତା ପ୍ରତିଯୋଗିତା ଏବଂ ପରବର୍ତ୍ତୀ ସମୟରେ ସ୍ୱଦେଶୀ ସଂକଳ୍ପ ପତ୍ରର ଶପଥ ପାଠ କରାଯାଇଥିଲା। ତା ୧୮.୧୨.୨୫ ରେ ମହିଳା ନିର୍ଯାତନା ନିରୋଧ ଆଇନ pocso ଆକ୍ଟ ଆଇନ୍ ସମ୍ବନ୍ଧିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। । ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ କିଶୋରୀ ପଟ୍ଟନାୟକ ଏବଂ ସ୍ମରଣିକା ପଟ୍ଟନାୟକ ଶିଶୁ ପରାମର୍ଶ ଦାତ୍ରୀ ଉପସ୍ଥିତ ରହି ମହିଳା ନିରୋଧ ଆଇନ୍ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ତା ୧୯.୧୨.୨୫ ରେ ଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଯଥା ଆଦିବାସୀ କଳା ସମ୍ପର୍କିତ ଫଟ ଚିତ୍ର ର ପ୍ରଦର୍ଶନୀ, ପାରମ୍ପରିକ ଝୋଟି ଚିତା ର ପ୍ରଦର୍ଶନୀ ଏବଂ ପାରମ୍ପରିକ ଖାଦ୍ୟର ପ୍ରସ୍ତୁତି ଓ ପ୍ରଦର୍ଶନୀ କରାଯାଇଥିଲା । ଏଥିରେ କିଭଳି ଆଦିବାସୀ ଅଧୁଷିତ କୋରାପୁଟ ଜିଲ୍ଲାର ତୁରୁଞ୍ଜାମାଛ,ଶୁଖୁଆ ର ଔଷଧୀୟ ଗୁଣ ଓ ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଉପାଦେୟ ଖାଦ୍ୟର ପ୍ରସ୍ତୁତ କରି ଛାତ୍ରୀମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଇଂରାଜୀ ବିଭଗର ବରିଷ୍ଠ ଅଧ୍ୟାପକ ଶ୍ରୀ ବିନୋଦ ବିହାରୀ ପ୍ରଧାନ ପରିଚାଳନା କରିଥିଲେ । ଏଥିରେ ମହାବିଦ୍ୟାଳୟର ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକା ଯଥା ଶ୍ରୀମତୀ ତାଇରା ବେଗମ୍, ଶ୍ରୀମତୀ ରଞ୍ଜୁସା କୁମାରୀ ପ୍ରହରାଜ , ଡଃ ଏମ୍ ରୋହିଣୀ ରାଣୀ, ଶ୍ରୀମତୀ ସୁନୀତା ପାତ୍ର ଏବଂ ଶ୍ରୀ ଲକ୍ଷ୍ମୀକାନ୍ତ ସୌରା ସହଯୋଗ କରିଥିଲେ ଏବଂ ବହୁମାତ୍ରାରେ ଛାତ୍ରୀ ଯୋଗଦେଇଥିଲେ ।
