ମୋହନା ପିଏମ ଶ୍ରୀ ଏସଏସଡ଼ି ବିଦ୍ୟାଳୟରେ ବାର୍ଷିକୋତ୍ସବ ଓ ପିଏମ ଶ୍ରୀ ଉତ୍ସବ ପାଳିତ, କଠିନ ପରିଶ୍ରମ କଲେ ହିଁ ଜୀବନରେ ସଫଳତା ମିଳେ—ମଙ୍ଗଳ ସମ୍ପ୍ରସାରଣ ଅଧିଆରୀ

IMG-20251220-WA0110
Share

 

ମୋହନା(ଜୁଣେଶ ଶବର)ସ୍ଥାନୀୟ ପିଏମ ଶ୍ରୀ ସରକାରୀ(ଏସଏସଡ଼ି) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମହାସମାରୋହରେ ଶୁକ୍ରବାର ଓ ଶନିବାର ଦୁଇ ଦିନ ଧରି ଆଡମ୍ବର ସହିତ ବାର୍ଷିକ ଉତ୍ସବ ପାଳନ ହୋଇଯାଇଥିବା ବେଳେ ପିଏମ ଶ୍ରୀ ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଯାଇଛି।ପ୍ରଥମ ଦିବସରେ ଅତିଥି ମାନଙ୍କୁ ଛାତ୍ରୀ ମାନେ ନୃତ୍ୟର ତାଳେ ତାଳେ ସ୍ୱାଗତ ଜଣାଇ ସଭା ମଞ୍ଚକୁ ପାଛୋଟି ନେଇଥିଲେ। ଅତିଥି ମାନେ ଜଗନ୍ନାଥଙ୍କ ପ୍ରତିମା ଠାରେ ଦ୍ବୀପ,ଧୂପ ଦେଇ ସଭା ଆରମ୍ଭ କରିଥିବା ସଙ୍ଗେ ଆସନ ଅଳଙ୍କୃତ କରିଥିଲେ।ଏସଏସଡ଼ି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ମିତ୍ର ପ୍ରସାଦ ବିଶ୍ୱାଳ ଙ୍କ ସଭାପତିତ୍ବ ରେ ଆରମ୍ଭ ହୋଇଥିବା ଉତ୍ସବରେ ଓ ପ୍ରଧାନ ଶିକ୍ଷକ ସତ୍ୟରଞ୍ଜନ କର ସଂଯୋଜନା କରି କାର୍ଯ୍ୟକ୍ରମ ଆଡମ୍ବର ସହିତ ଆରମ୍ଭ କରିଥିଲେ। ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ସୋଲମନ ରାଇକା,ମୁଖ୍ୟବକ୍ତା ଚ଼ାନ୍ଦିପୁଟ ସ୍ଥିତ ଇନ୍ଦିରା ସ୍ମୃତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଡ଼ଃ. ପ୍ରଦୀପ୍ତ କୁମାର ଷଡ଼ଙ୍ଗୀ,ସମ୍ମାନୀତ ଅତିଥି ଜିଲ୍ଲା ଶିକ୍ଷା ନିରୀକ୍ଷକ ରମେଶ ଚନ୍ଦ୍ର ଦାଶ,ହିଲ ଟପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଭଗବାନ ବିଷୋୟୀ,ଗୋଷ୍ଠୀ ମଙ୍ଗଳ ସମ୍ପ୍ରସାରଣ ଅଧିକାରିଣୀ ଶୁଭଦର୍ଶିନୀ ବେହୁରା,ଖଣି ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନାରାୟଣ ପ୍ରଧାନ,ବରିଷ୍ଠ ସାମ୍ବାଦିକ ପଞ୍ଚାନନ ଦାଶ,ମନ୍ମଥ ମିଶ୍ର, ଗଣେଶ ବିଷୋୟୀ ପ୍ରମୂଖ ଯୋଗ ଦେଇଥିଲେ।ଶିକ୍ଷୟତ୍ରୀ ରୂପଶ୍ରୀ ବେହେରା ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଦ୍ୟାଳୟରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ବରିଷ୍ଠ ଓ କନିଷ୍ଠ ପ୍ରତିଯୋଗୀତାରେ କୃତି ୨୪ ଜଣ ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଅପରାହ୍ନରେ ଶିକ୍ଷାର୍ଥୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଦ୍ୱିତୀୟ ଦିବସରେ ଅନୁଷ୍ଠିତ ପିଏମ ଶ୍ରୀ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟରଞ୍ଜନ କରଙ୍କ ସଭାପତିତ୍ୱରେ ଏହି ଉତ୍ସବକୁ ସ୍ଥାନୀୟ ଗୋଷ୍ଠି ଉନ୍ନୟନ ଅଧିକାରୀ ରାଜୀବ କୁମାର ଦାସ ମୁଖ୍ୟ ଅତିଥି,ସାଂସଦ ପ୍ରତିନିଧି ଜିତେନ୍ଦ୍ର କୁମାର ବେହେରା ମୁଖ୍ୟବକ୍ତା,ସ୍ଥାନୀୟ ସରପଞ୍ଚ ସୁନିତା ମଳିକ,ସମିତିସଭ୍ୟ ବାଳକୃଷ୍ଣ ମଳିକ,ଅଧ୍ୟାପକ ଡ଼ଃ.ପ୍ରଦୀପ୍ତ କୁମାର ଷଡ଼ଙ୍ଗୀ,ଡ଼ବ୍ଲ୍ୟୁଇଓ ଶୁଭଦର୍ଶୀନି ବେହୁରା, ଚନ୍ଦ୍ରଗିରି ଏସ ଏସ ଡି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତଥା ସ୍ଥାନୀୟ ବିଦ୍ୟାଳୟର ଛାତ୍ର ଯୁଧିଷ୍ଠିର ନାୟକ ନିଜ ସମୟରେ ଉକ୍ତ ବିଦ୍ୟାଳୟ ର ଅନୁଭୂତି ପ୍ରକାଶ କରି ବର୍ତ୍ତମାନ ଶିକ୍ଷାର ମାନ ବୃଦ୍ଧି ହୋଇଥିବାରୁ ଭଲ ଭାବେ ଶିକ୍ଷା ଗ୍ରହଣ କରି ବିଦ୍ୟାଳୟ ର ସୁନାମ ବୃଦ୍ଧି କରିବା ନିମନ୍ତେ ଉପଦେଶ ପ୍ରଦାନ କରିଥିଲେ। ଏହା ସହ ଶିକ୍ଷା ପରିଚାଳନା କମିଟି ସଭାପତି ଇଶା ମାଝୀ ମଧ୍ୟ ଯୋଗ ଦେଇ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାକୁ ଉଚ୍ଚ ପ୍ରଙ୍ଗସା କରି ଥିଲେ।ଅତିଥି ମାନେ ବିଦ୍ୟାର୍ଥୀ ମାନଙ୍କୁ କଠିନ ପରିଶ୍ରମ,ଶୃଙ୍ଖଳା, ସଂସ୍କାର ସହିତ ପାଠ ପଢିଲେ ଜୀବନରେ ନିଶ୍ଚିତ ସଫଳତା ମିଳିବ ବୋଲି ଉପଦେଶ ଦେବା ସହିତ ଏସଏସଡ଼ି ଓ ପିଏମ ଶ୍ରୀ ବିଦ୍ୟାଳୟ ଗୁଡ଼ିକୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ବିଭିନ୍ନ କ୍ଷେତ୍ରରେ କୋଟି କୋଟି ଟଙ୍କା ପ୍ରଦାନ କରୁଥିବା ଓ ବିଦ୍ୟାର୍ଥୀ ମାନେ ଭଲ ପାଠ ପଢ଼ି ବିଦ୍ୟାଳୟ, ଜିଲ୍ଲା,ରାଜ୍ୟ ଓ ଦେଶରେ ନାମ ଟେକ ରଖିବା ପାଇଁ ପରାମର୍ଶ ଦେଇଥିଲେ।

You may have missed