November 21, 2026

ଝଙ୍କଡ଼ ସତସଙ୍ଗକେନ୍ଦ୍ରରେ ଭିନ୍ନଢଙ୍ଗ ରେ ପାଳନ ହେଲା ଆତ୍ରେୟ ଙ୍କ ଚତୁର୍ଥ ସ୍ୱନକ୍ଷତ୍ର ଦିବସ

IMG-20261120-WA0368
Share

================ତିର୍ତ୍ତୋଲ ତା 20/11/2026 ଝଙ୍କଡ଼ ସାରଳାରୋଡ଼ ସ୍ଥିତ ଝଙ୍କଡ଼ ସତସଙ୍ଗକେନ୍ଦ୍ର ପରିସରରେ, କେନ୍ଦ୍ରପରିଚାଳନା ସମିତି ର ସଭାପତି ତଥା ତିର୍ତ୍ତୋଲ ଆଦିକବି ସାରଳାଦାସ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ କ୍ୟାପଟେନ ଜ୍ଞ୍ୟାନଜ କୁମାର ସାମନ୍ତରାୟ ଙ୍କ ନାତି ଶ୍ରୀମାନ ଆତ୍ତ୍ରେୟ ଙ୍କ ଚତୁର୍ଥ ସ୍ୱନକ୍ଷତ୍ର ଦିବସ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି l ଏହି ଉପଲକ୍ଷେ ଗତ ଗୁରୁବାର ଦିନ ପୂର୍ବାହ୍ନ ରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଙ୍କ ଉପାସନା ପୀଠ ରେ ପୂଜାର୍ଚ୍ଚନା, ସମୂହପ୍ରାର୍ଥନା, ଭଜନକୀର୍ତ୍ତନ, ମାତୃସମ୍ମେଳନ ଓ ସତସଙ୍ଗ ଆଦି ବୈଦିକ ବିଧିବିଧାନ ରେ ଅନୁଷ୍ଠିତ ହୋଇଥିଲା l ବିଶିଷ୍ଟ, ବର୍ଷୀୟାନ ଋତିକ ରତ୍ନାକର ନାୟକ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ସତସଙ୍ଗ ରେ ଋତିକ ଶରତ ଚନ୍ଦ୍ର ସ୍ୱାଇଁ, ଇଂ ବିଜୟ କୁମାର ମାଦେଳି, ସତ୍ୟବାନ ତ୍ରିପାଠୀ, ବାବାଜୀ ଚରଣ ସେଠୀ, ସୌରୀପ୍ରସାଦ ପରିଜା, ରବିନାରାୟଣ କର, ଅଧ୍ୟାପକ ଦୀପକ କୁମାର ସିଂହ ଓ ବରିଷ୍ଠ କର୍ମକର୍ତ୍ତା ଵିଷ୍ଣୁଚରଣ ସାହୁ ପ୍ରମୁଖ ଆଲୋଚନା ଅଂଶଗ୍ରହଣ କରି ଠାକୁର ଙ୍କ ଦିବ୍ୟ ଓ ଅଲୌକିକ ଜୀବନଦର୍ଶନ ଉପରେ ଆଲୋକପାତ କରିଥିଲେ l ପ୍ରଶାନ୍ତ କୁମାର ଲେଙ୍କା ଙ୍କ ନେତୃତ୍ୱ ରେ ଦିଲ୍ଲୀପ କୁମାର ସାହୁ, ବୁଲୁଭାଇ, ଶିଲାମା, ବିନିତା ମା ଓ ମାନୁମା ପ୍ରମ୍ମୁଖ ଙ୍କ ଭକ୍ତିସଙ୍ଗୀତ ପରିବେଷଣ ଏକ ଭକ୍ତିଭାବମୟ ପରିବେଶ ସୃଷ୍ଟି କରିଥିଲା l ଏହି ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିବାକ୍ଷେତ୍ରରେ ସରୋଜ କୁମାର ସାମନ୍ତରାୟ, ଆଶୀର୍ବାଦ ସାମନ୍ତରାୟ, ସୁଦର୍ଶନ ମହାନ୍ତି, ସାରଦା ମହାପାତ୍ର, ଜ୍ୟୋତି ମହାରଣା ଓ ଆଇନୀଜୀବି ଟୁକୁନ ସେଠୀ ଙ୍କ ସମେତ ଗୁରୁଭାଇଭଉଣୀ ମାନେ ସକ୍ରିୟ ସହଯୋଗ କରିଥିଲେ l ପ୍ରତିକୂଳ ପାଗ ସତ୍ତ୍ୱେ ଶତାଧିକ ଶ୍ରଦ୍ଧାଳୁଭକ୍ତ ଓ ଠାକୁରଙ୍କ ଆଶ୍ରିତମାନେ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର