ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ, ପୋଲିସର ତଦନ୍ତ
ହାଟଡିହି ତା ୧୯/୧୧(ମନମୋହନ ନାୟକ) : ହାଟଡିହି ବ୍ଲକ ସୋସୋ ଥାନା ରଙ୍ଗା ମାଠିଆ ଗ୍ରାମରେ ଜଣେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାଇ ଗ୍ରାମର ଗୋପୀ ମୁଣ୍ଡା ଓ ତାଙ୍କ ପତ୍ନୀ ଚମନ ମୁଣ୍ଡା ଗତକାଲି ଧାନ ଯାଇ ସନ୍ଧ୍ୟାରେ ଘରକୁ ଫେରିଥିଲେ। ଘରେ ଖାଇ ପିଇ ଶୋଇଥିବା ବେଳେ ରାତିରେ ପତ୍ନୀ ଚମନ (୩୭) ଙ୍କ ମୃତ୍ୟୁ ହୋଇଥିଲା। ଆଜି ସକାଳୁ ସ୍ୱାମୀ ଉଠି ପତ୍ନୀଙ୍କର ଏପରି ଅବସ୍ଥା ଦେଖି ଗାଁ ଲୋକଙ୍କୁ ଡାକିଥିଲେ। ଗ୍ରାମବାସୀ ପହଞ୍ଚି ଚମନଙ୍କ ମୃତ୍ୟୁ ହୋଇ ଯାଇଥିବା ଜାଣିବା ପରେ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ। ସୋସୋ ପୋଲିସ ପହଞ୍ଚି ମୃତଦେହ ଜବଦ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।
