November 21, 2026

ହାଟଡିହି ବ୍ଲକ୍‌ରେ ଡିଏମ୍‌ଏଫ୍‌-ଉଦ୍ୟମୀ ପ୍ରକଳ୍ପ ଅଧୀନରେ ୩ ଦିନିଆ

IMG-20261120-WA0412
Share

ଉଦ୍ୟୋଗ ବିକାଶ ପ୍ରଶିକ୍ଷଣ ଶିବିର ଆରମ୍ଭ (ଫଟୋ )ହାଟଡିହି ତା ୧୯/୧୧(ମନମୋହନ ନାୟକ) : ଆଜି ହାଟଡିହି ବ୍ଲକ୍‌ ସମ୍ମିଳନୀ କକ୍ଷରେ ଡିଏମ୍‌ଏଫ୍‌-ଉଦ୍ୟମୀ ପ୍ରକଳ୍ପ ଅଧୀନରେ ତିନିଦିନିଆ ଉଦ୍ୟୋଗ ବିକାଶ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ମୁଖ୍ୟ ଅତିଥି ଭାବେ ହାଟଡିହି ବ୍ଲକର ବିଡିଓ ଶ୍ରୀ ରଞ୍ଜନ କୁମାର ପରିଡ଼ା ଏହି ଶିବିରକୁ ଉଦଘାଟନ କରିବା ସହ ଉଦ୍ୟୋଗୀ ହିତାଧିକାରୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ। ମୁଖ୍ୟ ବକ୍ତା ଭାବେ କୃଷି ସହାୟକ ବ୍ୟସୟିକ ପରିଚାଳକ ଅଶୋକ କୁମାର ବିଶ୍ଵାଳ, ସମ୍ମାନିତ ଅତିଥି ଭାବେ ବିପିଏମ ବିଶ୍ୱଭୂଷଣ କର ଯୋଗଦେଇ ଉଦ୍ୟୋଗ ବିକାଶ ସମ୍ପର୍କରେ ନିଜର ମତାମତ ଓ ଅଭିଜ୍ଞତା ଉପସ୍ଥାପନ କରିଥିଲେ। ଏଥିସହିତ ଉଦ୍ୟୋଗୀତା ବିକାଶ ସଂସ୍ଥାନର ପ୍ରକଳ୍ପ ଅଧିକାରୀ ଅରବିନ୍ଦ ବେହେରା , ହାଟଡିହୀ ବ୍ଲକ୍‌ ପ୍ରକଳ୍ପ ସଂଯୋଜକ ନିହାର ବରଣ ଦାସ, ସତ୍ୟବ୍ରତ ଜେନା ଏବଂ ସୁଭଦ୍ରା ବଳିଆର ସିଂହ ଉପସ୍ଥିତ ରହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ। ଏହି ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଆଗ୍ରହୀ ହିତାଧିକାରୀମାନଙ୍କୁ ଉଦ୍ୟୋଗ ପ୍ରତିଷ୍ଠାର ପ୍ରାରମ୍ଭିକ ପର୍ଯ୍ୟାୟ, ଉଦ୍ୟୋଗୀ ହେବା ପାଇଁ ଆବଶ୍ୟକ ଗୁଣାବଳୀ, ଦକ୍ଷତା, ଆତ୍ମବିଶ୍ୱାସ, ନିଷ୍ପତ୍ତି ନେବାର କ୍ଷମତା ଏବଂ ବ୍ୟବସାୟିକ ଚିନ୍ତାଧାରା ସମ୍ପର୍କରେ ସଚେତନ କରାଇବା। ଏହାଦ୍ୱାରା ହିତାଧିକାରୀମାନେ ନିଜ ନିଜ ଅଞ୍ଚଳରେ ସ୍ୱାବଲମ୍ବୀ ହେବା ସହ ନିଜସ୍ୱ ଉଦ୍ୟୋଗ ପ୍ରତିଷ୍ଠା କରି ରୋଜଗାରର ସୁଯୋଗ ସୃଷ୍ଟି କରିପାରିବେ ବୋଲି ଆଶା ପ୍ରକାଶ କରାଯାଇଛି।