ବାତ୍ୟା “ଅକଭାନ୍”ର ପ୍ରଭାବ, ଭଗାଣ ବର୍ଷାରେ ଘରକାନ୍ଥ ଭୁଷୁଡିଲା
ବୁଗୁଡା :ତା ୨୦/୧୧/୨୬ : ବାତ୍ୟା “ଅକଭାନ୍” ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ବୁଗୁଡ଼ା ବ୍ଲକ ଗୋଲିଆ ଗ୍ରାମ ତେଲୁଗୁ ସାହି ନିବାସୀ କୁନା ଗୌଡଙ୍କ ଘରକାନ୍ଥ ଭୁଷୁଡି ପଡିଥିବା ଜଣାଯାଇଛି। ଗତ ଗୁରୁବାର ରାତିରେ ପ୍ରବଳ ବର୍ଷା ଯୋଗୁଁ ତାଙ୍କର ପୁରୁଣାକାଳିଆ ବାସଘର କାନ୍ଥ ଭୁଷୁଡି ପାଣି ପଶିଯାଇଥିଲା। ଏ ନେଇ ଖବର ପାଇ ସେଠାରେ ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ ପହଞ୍ଚିଥିବାବେଳେ ପ୍ରଶାସନ ପକ୍ଷରୁ ସରକାରୀ ସହାୟତାରେ ପାଲ ଯୋଗାଇ ଦେଇଥିବା ଜଣାଯାଇଛି । ଅନ୍ୟପକ୍ଷରେ ପୂର୍ବରୁ କୁନାଙ୍କ ସ୍ତ୍ରୀ ରୁନୁ ଗୌଡଙ୍କ ନାମରେ ଆବାସ ପାଇଁ ଆବେଦନ ହୋଇଥିବାବେଳେ ତାହା ଏପର୍ଯ୍ୟନ୍ତ ମଞ୍ଜୁର ହୋଇନଥିବା ଜଣାପଡିଛି।
