ମା ରାମଚଣ୍ଡୀ ଙ୍କ ପୀଠ ରେ କାଳୀ ପୂଜା ଅନୁଷ୍ଠିତ ପ୍ରବଳ ଭକ୍ତ ଙ୍କ ସମାଗମ

IMG-20251020-WA0024
Share

 

 

ଛତ୍ରପୁରତା୨୦/୧୦/୨୦୨୫(ଅରୁଣ କୁମାର ପଣ୍ଡା)ଆଜି ପବିତ୍ର କାଳୀପୂଜା ଓ ଦୀପାବଳି ଅବସରରେ ମାଁ ରାମଚଣ୍ଡୀ ଙ୍କ ପୀଠରେ ପାରମ୍ପରିକ ରୀତିନୀତି ଅନୁସାରେ କାଳୀପୂଜା ଅନୁଷ୍ଠିତ ହେଉଅଛି l ବହୁ ବର୍ଷ ଧରି ଅର୍ଥାତ ୧୯୪୦ ମସିହା ଠାରୁ ଆଜିଯାଏଁ ମା’ ରାମଚଣ୍ଡୀ ଟ୍ରଷ୍ଟ ର ମୁଖ୍ୟ ଶ୍ରୀ ସୁଧାକର ପଣ୍ଡା ଙ୍କ ପରିବାର ତରଫରୁ ଏହି ପୂଜା ଅନୁଷ୍ଠିତ ହୋଇଥାଏ l ପ୍ରତ୍ୟେକ ବର୍ଷ ପରି ଏହି ବର୍ଷ ପୂଜାରେ ମୁଖ୍ୟ କର୍ତ୍ତା ଭାବେ କାମାକ୍ଷୀ ପଣ୍ଡା ଭାଗ ନେଇଥିଲେ ଏବଂ ପଣ୍ଡିତ ନବକୃଷ୍ଣ ଆଚାର୍ଯ୍ୟ, ସ୍ଥପତି ପଣ୍ଡିତ ବିଜୟ ତ୍ରିପାଠୀ, ପଣ୍ଡିତ ଚନ୍ଦ୍ରଭାନୁ କର ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୂଜାକାର୍ଯ୍ୟ ସମାପନ କରାଯ

ଯାଇଥିଲା l ଏହି ପୂଜାରେ ଟ୍ରଷ୍ଟ ମୁଖ୍ୟ ସୁଧାକର ପଣ୍ଡା, ଟ୍ରଷ୍ଟି ଲକ୍ଷ୍ମୀ ନୃସିଂହ ପଣ୍ଡା, ଟ୍ରଷ୍ଟି ମଞ୍ଜୁଳା ପଣ୍ଡା, ପରିଚାଳନା କମିଟି ସଭାପତି ପ୍ରଶାନ୍ତ କୁମାର ନାୟକ, ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା,ପୂଜା କମିଟି ସଭାପତି CH ଦୟାନନ୍ଦ ରେଡ୍ଡୀ, ଉପଦେଷ୍ଟା ଦୀପକ କୁମାର ଦାସ (ଜ୍ୟୋତିଶି),ଉପସଭାପତି ଦିବାକର ନାୟକ, ସମ୍ପାଦକ ବିମଳ ପଣ୍ଡା, କରପଡା ସରପଞ୍ଚ ଅଜୟ ନାୟକ, ଉପଦେଷ୍ଟା କୃଷ୍ଣ ଚନ୍ଦ୍ର ନାୟକ(ମହାରାଜ), ସହ ସଂଯୋଜକ ତୁଷାର ଶତପଥି,ପୂର୍ବତନ ସରପଞ୍ଚ ଭାସ୍କର ନାୟକ, ସୁଧୀର ମହାରଣା, ଶଙ୍କର ଚର୍ତ୍ତୀ, କୁଞ୍ଜ ନାୟକ, ବଂଶୀଧର ନାୟକ, ବରୁଣ ଚୌଧୁରୀ, ଗୋପାଳ ନାୟକ, ଶଙ୍କର ନାୟକ ଓ ପୂଜା କମିଟି ର ଅନ୍ୟ ସମସ୍ତ କର୍ମକର୍ତ୍ତା ଙ୍କ ଉପସ୍ଥିତି ରେ ମହା ଆଡମ୍ବର ରେ ଆଜିର ପୂଜା କାର୍ଯ୍ୟ ପରିଚାଳନା କରାଯାଇଥିଲା l ଗଞ୍ଜାମ ଥାନା ଅଧିକାରୀ ଶ୍ରୀମତୀ ସୁମିତ୍ରା ପାତ୍ର ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଓ ପୂଜା କମିଟି ର ସହଯୋଗ ରେ ଭକ୍ତ ଙ୍କ ଭିଡ କୁ ଶାନ୍ତି ଶୃଙ୍ଖଳା ଭାବେ ପରିଚାଳନା କରଯାଇଥିଲା