June 13, 2026

” ସୁରଭି ” ୨୦୨୫ ଶିଶୁ ମହୋତ୍ସବ କାର୍ଯ୍ୟକ୍ରମ। ଚନ୍ଦ୍ରଗିରି କାଶୀପୁର-..

IMG-20251020-WA0021
Share

 

ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଛାତ୍ରଛାତ୍ରୀଙ୍କ ପ୍ରତିଭା ରାଜ୍ୟସ୍ତରୀୟ ମଞ୍ଚରେ ଯେମିତି ପହଞ୍ଚି ପାରିବ ଏହାରି ପ୍ରୟାସ ରେ ରାଜ୍ୟ ସରକାରଙ୍କ ଦ୍ଵାରା ଚାଲିଆସିଥିବା ଏକ ” ସୁରଭି ” ବା ଶିଶୁ ମହୋତ୍ସବ କାର୍ଯ୍ୟକ୍ରମ ଯୋଜନା ମାଧ୍ୟମରେ ଚନ୍ଦ୍ରଗିରି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇ ଯାଇଛି।

ସର୍ବପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ଫୋଟ ଚିତ୍ରରେ ପ୍ରଦୀପ ପ୍ରଯୋଳନ କରି ଚନ୍ଦ୍ରଗିରି ଶିକ୍ଷାନୁଷ୍ଠାନ ପ୍ରଧାନ ଶିକ୍ଷକ ଶ୍ରୀ ଲୋଚନ ଖରାଙ୍କ କରକୋମଳରେ ସୁରଭି କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଥିଲା। ସୁରଭି କାର୍ଯ୍ୟକ୍ରମ ରେ ବ୍ଲକଅନ୍ତର୍ଗତ ଚନ୍ଦ୍ରଗିରି କ୍ଲୋଷ୍ଟର ୧୭ ଟି ବିଦ୍ୟାଳୟ ପ୍ରାୟ ୫ ସହ ଛାତ୍ର ଛାତ୍ରୀ ମାନେ ବକୃତା, ରଚନା,ପତ୍ର ଲିଖନ, ଚିତ୍ରାଙ୍କନ, ସାଧାରଣ ଜ୍ଞାନ, ଶୃଜନଶୀଳତା ଲିଖନ, ଅଭିଭାଷଣ, ସଂଗୀତ ଏବଂ ସଂସ୍କୃତିକ ଓ ପାରମ୍ପରିକ ନୃତ୍ୟ ଭଳି ପ୍ରତିଯୋଗିତାର ଆୟୋଜନ ରେ ଭାଗ ନେଇଥିଲେ। ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ଛାତ୍ରଛାତ୍ରୀଙ୍କୁ ମଞ୍ଚାସିନ ଅତିଥିଙ୍କ ଦ୍ଵାରା ପୁରସ୍କୃତ ଓ ସନ୍ନମାନୀତ କରାଯାଇଥିଲା।

ଗ୍ରାମବାସୀ ଅତିଥିଙ୍କ ମଧ୍ୟରୁ ଚନ୍ଦ୍ରଗିରି ସରପଞ୍ଚ ଶ୍ରୀମତୀ ଚୁଆଦେଇ ମାଝୀ, ସମିତି ଅନନ୍ତ ମାଝୀ, ବିଜୟ ନାଏକ, ନୀଳକଣ୍ଠ ନାଏକ ଓ ଅନ୍ୟ ପ୍ରମୁଖଙ୍କୁ ସନ୍ନମାନିତ କରାଯାଇଥିଲା । ସେହିଭଳି ମୁଖ୍ୟ ଅତିଥିଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅମରସିଂ ନାୟକ, ଅତିରିକ୍ତ ଶିକ୍ଷା ଅଧିକାରୀ ପବିତ୍ର ନାଏକ, ଓ ଅନ୍ୟ ପ୍ରମୁଖ ଅତିଥିଙ୍କ ମଧ୍ୟରୁ ଚନ୍ଦ୍ରଗିରି ସିଆରସିସି ଜିତେଶ କୁମାର ନାଏକ, ପୂର୍ବତନ ସିଆରସିସି ହେମନ୍ତ କୁମାର ମହାରଣା ଏବଂ ଅରୁନ କୁମାର ନାଏକ ବରିଷ୍ଟ ଶିକ୍ଷକ ପ୍ରଫୁଲ କୁମାର ରଣାଙ୍କ ସମେତ ଉପସ୍ଥିତ ଚନ୍ଦ୍ରଗିରି ଶିକ୍ଷାନୁଷ୍ଠାନ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଅନୁଷ୍ଠାନ ପକ୍ଷରୁ ଉପଢକୋନ ଏବଂ ଉତ୍ତରୀୟ ପ୍ରଦାନ କରି ସନ୍ନମାନୀତ କରାଯାଇଥିଲା। ସୁରଭି କାର୍ଯ୍ୟକ୍ରମ ର ସୁପରିଚାଳନାର ଦାୟିତ୍ୱ ସିଆରସିସି ଜିତେଶ ନାଏକ ବହନ କରିଥିବା ବେଳେ ତାଙ୍କୁ ପୂର୍ବତନ ସିଆରସିସି ଅରୁନ କୁମାର ନାଏକ ଏବଂ ହେମନ୍ତ କୁମାର ମହାରଣା ସହଯୋଗ କରିଥିଲେ। ସୁରଭି କାର୍ଯ୍ୟକ୍ରମ କୁ ଚନ୍ଦ୍ରଗିରି ତଥା ଅଞ୍ଚଳରୁ ଶତାଧିକ ଲୋକେ ଉପଭୋଗ କରିଥିବା ଦେଖିବାକୁ ମିଳିଛି।

ରାୟଗଡା ରୁ ରାବିରାଜ ବୈଦ୍ୟଙ୍କ ରିପୋର୍ଟ

You may have missed