୩୨୫ ଗ୍ରାମର ବ୍ରାଉନସୁଗାର ଜବତ ୨ଜଣ ବେପାରୀ ଗିରଫ ଜଳେଶ୍ୱର
ଜଳେଶ୍ଵର ଅବକାରୀ ବିଭାଗ ଏବଂ ଅବକାରୀ ସାଟେଲାଇଟ ୟୁନିଟ ଟିମ ପକ୍ଷରୁ ମିଳିତ ଭାବେ ଦୁଇଟି ସ୍ଥାନରେ ଚଢାଉ କରି ୩୨୫ ଗ୍ରାମର ବ୍ରାଉନସୁଗାର ଜବତ କରିବା ସହିତ ଦୁଇ ଜଣ ବେପାରୀଙ୍କୁ ଗିରଫ କରିଛନ୍ତି। ଜଳେଶ୍ଵର ଥାନା ଅନ୍ତର୍ଗତ ଆମ୍ବଳିଅଠା ବାଇପାସ୍ ନିକଟରେ ଅବକାରୀ ବିଭାଗ ଚଢାଉ କରି ଜଣେ ଯୁବକକୁ ଗିରଫ କରିବା ସହିତ ତାଙ୍କ ନିକଟରୁ ୧୧୦ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି। ସେହିପରି ୬୦ ନମ୍ବର ଜାତୀୟ ରାଜପଥର ଚାଲନ୍ତି ବାଇପାସ୍ ନିକଟରେ ଚଢ଼ାଉ କରି ଅନ୍ଯ ଜଣେ ଯୁବକଙ୍କ ଠାରୁ ୨୧୫ ଗ୍ରାମର ବ୍ରାଉନସୁଗାର ଜବତ କରିବା ସହିତ ସମ୍ପୃକ୍ତ ଦୁଇ ଜଣ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ପୋଲିସ। ଗିରଫ ଯୁବକ ଦୁଇଜଣ ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ତମ୍ବାଖୋରୀ ଗ୍ରାମର ସୁଦୀପ କୁମାର ଭୂୟାଁ ଏବଂ ଅନ୍ୟ ଜଣେ ହେଉଛନ୍ତି ଜଳେଶ୍ଵର ଥାନା ପଥରପୁରା ଗ୍ରାମର ଏସକେ ସାଜନ।ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ଯ ୩୨ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ( ଦେବାଶିଷ ଦାଶ )
