April 28, 2026

୬୦ନଂ ଜାତୀୟ ରାଜପଥରେ ପଶ୍ଚିମବଙ୍ଗକୁ ବେଆଇନ ଗୋ ଚାଲାଣ, ୮ଟି ଗୋରୁ ଉଦ୍ଧାର, ୪ଜଣ ଗୋ ମାଫିଆ ଅଟକ. ଜଳେଶ୍ବର ( ଦେବାଶିଷ ଦାଶ )

IMG-20250920-WA0006
Share

 

ଜାତୀୟ ରାଜପଥର ସାଇରାମ୍ ହୋଟେଲ ସମ୍ମୁଖ ରାସ୍ତାରେ ପଶ୍ଚିମବଙ୍ଗକୁ ବେଆଇନ ଚାଲାଣ ହେଉଥିବା ସମୟରେ ୮ଟି ଗୋରୁ ଉଦ୍ଧାର କରାଯାଇଥିବା ବେଳେ ୪ଜଣ ଗୋ ମାଫିଆଙ୍କୁ ଅଟକ ରଖାଯାଇଛି l ସ୍ଥାନୀୟ ଯୁବକ ମାନେ ଗୋ ମାଫିଆ ଏବଂ ଗୋରୁଙ୍କୁ ଅଟକ ରଖିବା ଖବର ପାଇ ବଜରଙ୍ଗ ଦଳର ସଂଯୋଜକ ସାଗର ଦାସ, ସହ ସଂଯୋଜକ ସଂଗ୍ରାମ ଜେନା, ବିପ୍ଳବ ପ୍ରଧାନ, ଗଜେନ୍ଦ୍ର ଖମାରୀ, ଜୟକୃଷ୍ଣ ପ୍ରମାଣିକ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚିଥିଲେ।ଗୋ ଚାଲାଣ ସମ୍ପର୍କରେ ସ୍ଥାନୀୟ ଯୁବକ ମାନେ ଜଳେଶ୍ବର ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୋରୁ ଗୁଡ଼ିକୁ ଉଦ୍ଧାର କରି ଶାନ୍ତିଆ ପଡ଼ିଆକୁ ଆଣି ସେଠାରେ ସେମାନଙ୍କୁ କୁଟା ଓ ଗୋଖାଦ୍ୟ ଖାଇବା ପାଇଁ ଦେଇଥିଲେ।ପରେ ଗୋରୁ ଗୁଡ଼ିକୁ ବାଲେଶ୍ୱର ବାମପଦା ସ୍ଥିତ ଗୋଶାଳାକୁ ପଠାଇବାର ବ୍ୟବସ୍ଥା କରିଥିଲେ। ସ୍ଥାନୀୟ ନୂଆ ବଜାର ନରସୀମା କ୍ଳବର ଯୁବକ ମାନେ ସାହସ ଦେଖାଇ ଗୋମାତା ମାନଙ୍କୁ ଉଦ୍ଧାର କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଦିଆଯାଇଛି।