September 21, 2024

ମଣ୍ଡଳସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅନୁଷ୍ଠିତ….

Share

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବନ ବିହାରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମଣ୍ଡଳସ୍ତରୀୟ ଆବିଷ୍କାର ଅଭିଯାନ ର ଏକ କୁଇଜ୍ , ଏବଂ ବିଜ୍ଞାନ ପ୍ରଗଲ୍ଭର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରରେ ସଭାପତି ଭାବେ ମଣ୍ଡଳ ଶିକ୍ଷା ଅଧିକାରୀ ମନୋଜ କୁମାର ବେହେରାଙ୍କ ଅଧ୍ୟକ୍ଷତା କରିଥିବା ବେଳେ ଆୟୋଜିତ ଏହି କାର୍ଯ୍ଯକ୍ରମରେ ଆଲୁମିନୀ କମିଟି ଅଧକ୍ଷ ଅକ୍ଷୟ କୁମାର ପଲାଇ,ବିଦ୍ୟାଳୟର ପୁର୍ବତନ ପ୍ରଧାନ ଶିକ୍ଷକ ସରୋଜ କୁମାର ବେହେରା,ABEO ପ୍ରତିମା ସୂତାର, ABEO ମନ ରଞ୍ଜନ ମଙ୍ଗରାଜ, BRCC ସରୋଜିନୀ ଦେବୀ, ମଣ୍ଡଳ ବିଜ୍ଞାନ କମିଟିର ସଭାପତି ଶାରଦା ପ୍ରସନ୍ନ ଦାସ,କୋଷାଧ୍ୟକ୍ଷ ସୁବାଷ ଚନ୍ଦ୍ର ଦାସ ପ୍ରମୁଖ ଅତିଥି ମାନେ ଯୋଗଦେଇଥିଲ। କୁଜଙ୍ଗ ବ୍ଲକର ସମସ୍ତ ସରକାରୀ ପ୍ରାଥମିକ , ଉଚ୍ଚ ପ୍ରାଥମିକ ,ଓ ଉଚ୍ଚ ବିଦ୍ୟାଳୟର ଛାତ୍ର,ଛାତ୍ରୀ ମାନେ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ଏହି ମଣ୍ଡଳସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କୁଇଜ୍ ଓ ବିଜ୍ଞାନ ସେମିନାର ପ୍ରତିଯୋଗୀତା ହୋଇଥିବା ବେଳେ ଏଥିରେ ଚାରୋଟି ବିଷୟରେ ତଥା ଗଣିତ, ସାମାଜିକ, ଭାଷା ଓ ପରିବେଶ ର ପ୍ରତିଯୋଗୀତା ହୋଇଥିଲା । ଏହି ପ୍ରତିଯୋଗିତା ରେ ପ୍ରଥମ, ଦ୍ଵିତୀୟ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ଙ୍କୁ ପୁସ୍ତକ ,ମାନପତ୍ର ଓ ଟ୍ରଫିକକ୍ ଦିଆଯାଇଥିବା ବେଳେ ଅଂଶ ଗ୍ରହଣ କରିଥିବା ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ପୁସ୍ତକ, ମାନପତ୍ର ପ୍ରଦାନ କରାଯାଇଥିଲା । ଏହି ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ୪ଜଣଙ୍କୁ ରାଜ୍ୟ ସ୍ତରକୁ ପଠାଯିବ ବୋଲି BEO ମନୋଜ କୁମାର ବେହେରା ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସମସ୍ତ CRCC ଏବଂ କନବିହାରି ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟିତ୍ରୀ ପରିଚାଳନା କରିଥିଲେ। ପୂର୍ବତନ CRCC ପ୍ରସନ୍ନ କୁମାର ସେଠୀ ସହାୟତା ପ୍ରଦାନ କରିଥିଲେ। (ଜଗତସିଂହପୁର ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )