June 20, 2026

ଲଷ୍ମୀପୂର ଠାରୁ ତଳକେନ୍ଦୁଗୁଡା ଗ୍ରାମର ରାସ୍ତା ଅତ୍ୟନ୍ତ୍ୟ ଶୋଚନୀୟ।

IMG-20240920-WA0008
Share

       ଲଷ୍ମୀପୂର ଠାରୁ ତଳକେନ୍ଦୁଗୁଡା ଗ୍ରାମର ରାସ୍ତା ଅତ୍ୟନ୍ତ୍ୟ ଶୋଚନୀୟ ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ ):ଭବାନୀପାଟଣା ସହର ଉପକଣ୍ଠରେ ଅବସ୍ଥିତ ତଳବାଲଗାଁ ପଞ୍ଚାୟତ ଅନ୍ତର୍ଗତ ତଳକେନ୍ଦୁଗୁଡା ଗ୍ରାମ ଅବସ୍ଥିତ। ଏହି ଗ୍ରାମରେ ହାରା ହାରି ସତୁରି ରୁ ଅଶି ପରିବାର ବସବାସ କରନ୍ତି। ଏହି ଗ୍ରାମର ଲୋକେ ପ୍ରତ୍ୟେକ କାମ ପାଇଁ ସମ୍ପୂର୍ଣ ରୂପେ ଭବାନୀପାଟଣା ଉପରେ ନିର୍ଭରଶିଳ ଏବଂ ଏହି ଗ୍ରାମ ଠାରୁ ଭବାନୀପାଟଣା ଆସିବା ପାଇଁ ଲଷ୍ମୀପୂର ଗ୍ରାମ ଦେଇ ଆସିବାକୁ ହୋଇଥାଏ। କିନ୍ତୁ ଏହି ତଳ କେନ୍ଦୁଗୁଡା ଗ୍ରାମରୁ ଲଷ୍ମୀପୂର ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ଏହି ଗ୍ରାମଟି ଘଞ୍ଚ ଜଙ୍ଗଲ ମଧ୍ୟରେ ଅବସ୍ଥିତ। ତେଣୁ ଏହି ଗ୍ରାମର ଲୋକେ ପ୍ରାୟତଃ ଜଙ୍ଗଲ ଜାତ ଦ୍ରବ୍ୟ ଆଦି ଭବାନୀପାଟଣା ବଜାରକୁ ଆଣି ବିକ୍ରି କରିଥାନ୍ତି। ଗ୍ରାମର ଛାତ୍ରୀ ଛାତ୍ର ମାନେ ପାଠ ପଢିବା ପାଇଁ ପ୍ରତ୍ୟେକ ଦିନ ଲଷ୍ମୀପୂର ଦେଇ ଭବାନୀପାଟଣା ଯିବାଆସିବା କରିଥାନ୍ତି। କିନ୍ତୁ ଏହି ରାସ୍ତାଟି ଉପରେ କେବଳ ମେଟାଲ ଓ ପଥର ଛଡା ଆଉ କିଛି ନାହିଁ। ଯାହାଫଳରେ ଗ୍ରାମର ସମସ୍ତ ଲୋକ ମୁଖ୍ୟତଃ ବୃଦ୍ଧାବୃଦ୍ଧ ଓ ଛାତ୍ରୀ ଛାତ୍ର ବହୁତ ହଇରାଣ ହୋଇଥାନ୍ତି। ଏପରିକି ଆମ୍ବୁଲାନ୍ସ ଆସିବା ମଧ୍ୟ କଷ୍ଟକର ହୋଇପଡେ। ପ୍ରକାଶ ଥାଉକି ଏହି ତଳକେନ୍ଦୁଗୁଡା ଗ୍ରାମଠାରୁ ଲଷ୍ମୀପୂର ଗ୍ରାମ ପର୍ଯ୍ୟନ୍ତ ପ୍ରାୟ ଦେଢ଼ କି. ମି ରାସ୍ତାର ଉନ୍ନତି କରଣ ପାଇଁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅନ୍ତର୍ଗତ ଏଗାର ଲକ୍ଷ ତେୟାନବେ ହଜାର ନଅ ଶହ ତେସଠି ଟଙ୍କା ଅନୁମୋଦିତ ହୋଇସାରିଛି। ଏନେଇ ଗ୍ରାମ ଉପକଣ୍ଠରେ ଏକ ଫଳକ ମଧ୍ୟ ସ୍ଥାପିତ ହୋଇଛି। ସେହି ଫଳକରେ ରାସ୍ତାର ଉନ୍ନତି କରଣ ପାଇଁ କାର୍ଯ୍ୟାରମ୍ଭ ତାରିଖ 30.06.2021 ବୋଲି ଲେଖା ଅଛି। କିନ୍ତୁ କାର୍ଯ୍ୟ ସମାପ୍ତିର ତାରିଖ କିଛି ଲେଖା ହୋଇ ନାହିଁ। ଆଜିକୁ ତିନି ବର୍ଷ ବିତିଗଲେ ସୁଦ୍ଧା ରାସ୍ତା କାମ ଆରମ୍ଭ ହୋଇପାରିନାହିଁ। ଏନେଇ ଗ୍ରାମବାସୀଙ୍କ କହିବା ଅନୁଯାଇ ଗ୍ରାମବସି କେତେ ମାସ ପୂର୍ବରୁ ଏକ ରେଲି କରି ଜିଲ୍ଲାପାଳଙ୍କୁ ମଧ୍ୟ ଦାବି ପତ୍ର ପ୍ରଦାନ କରିଥିଲେ। କିନ୍ତୁ ଏହି ସମସ୍ୟାର ସମାଧାନ ଏବେ ପର୍ଯ୍ୟନ୍ତ ହୋଇନାହିଁ। ତେଣୁ ଅତିଶୀଘ୍ର ଏହି ରାସ୍ତାର ନିର୍ମାଣ କରିବା ପାଇଁ ଗ୍ରାମବାସି ଦାବି କରିଛନ୍ତି।

You may have missed