ବିରଳ ରକ୍ତଦାନ କରି କୁନି ଝିଅର ଜୀବନ ବଞ୍ଚାଇଲେ ବିଶ୍ୱଜିତ
ହାଟଡିହି ତା ୨୦/୮(ମନମୋହନ ନାୟକ) : ହାଟଡିହି ବ୍ଲକ୍ ପାଞ୍ଚୁଗୋଛିଆ ଗ୍ରାମର ଏକ ୧୫ବର୍ଷର ଝିଅ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଡାକ୍ତରଙ୍କ କହିବା ଅନୁସାରେ ଖୁବ୍ ଶୀଘ୍ର ଵି+ଏସଡିପି ଦିଆ ନଗଲେ ଝିଅ ଟିର ଜୀବନ ପ୍ରତି ବିପଦ ଅଛି। ତାଙ୍କ ବାପା ତୁରନ୍ତ ତାଙ୍କର ସମ୍ପର୍କୀୟ, ବିଭିନ୍ନ ସ୍ୱେଚ୍ଛାସବୀ, ମାନଙ୍କୁ ଏସଡିପି ଦେବା ପାଇଁ ଅନୁରୋଧ କରିଥିଲେ। ବହୁତ ଚେଷ୍ଟା ପରେ ମଧ୍ୟ ଡୋନର ମିଲିନଥିଲେ । କାରଣ ଏସଡିପି ଦେବା ସହଜ କଥା ନୁହେଁ, ତା ପାଇଁ କିଛି ନିର୍ଦ୍ଦଷ୍ଟ ନିୟମାବଳୀ ରହିଥାଏ। ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ମାତ୍ର ୧୦୪ ଜଣ ଏସଡିପି ଡୋନର ଏଵଂ ଆମ କେନ୍ଦୁଝର ରୁ ୨ଜଣ ଅଛନ୍ତି। ଏହି ଦୁଃଖଦ ସମୟରେ ସ୍ବେଛାସେବୀ ସଂଗଠନ ସପୋର୍ଟିଭହାଣ୍ଡସ ମୁଗୁପୁରର ସଭାପତି ବିଶ୍ୱଜିତ୍ ଦାସ ଦେବଦୂତ ସାଜି ନିଜ କର୍ମମୟ ଦିବସକୁ ବାତିଲ କରି କଟକ ବଡ଼ ଡାକ୍ତରଖାନାରେ ପହଞ୍ଚି ଯାଇଥିଲେ କୁନି ଝିଅ ପାଖରେ ଏସଡିପି ଦେବାପାଇଁ । ଏସଡିପି ଦେଲାପରେ ଝିଅଟି ଏବେ ସୁସ୍ଥ ଅଛି। ବିଶ୍ୱଜିତଙ୍କ ଏହି ମହାନ୍ କାର୍ଯ୍ୟ ପାଇଁ ବିଭିନ୍ନ ଅଞ୍ଚଳରୁ ବିଶ୍ୱଜିତ୍ ନିକଟକୁ ପ୍ରଶଂସା ର ସୁଅ ଛୁଟିଛି। ବିଶ୍ୱଜିତ୍ ଖାଲି ଜଣେ ସ୍ବେଛାକୃତ ରକ୍ତଦାତା ନୁହନ୍ତି, ସେ ମୁଗୁପୁର ଅଞ୍ଚଳରେ ଅନେକ ଥର ରକ୍ତଦାନ ଶିବିର ଆୟୋଜନ କରି ଲୋକମାନଙ୍କୁ ରକ୍ତଦାନ ମହତ ଦାନ ସମ୍ପର୍କରେ ସଚେତନ ମଧ୍ୟ କରାଉଛନ୍ତି।
