ଶକ୍ତିଶ୍ରୀ ସଶକ୍ତି କରଣ କର୍ମଶାଳା ଉଦଯାପିତ..
ହାଟଡିହି ତା ୨୦/୦୮(ମନମୋହନ ନାୟକ) : ହାଟଡିହି ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟରେ ୮ଦିନ ଧରି ଚାଲିଥିବା ଶକ୍ତିଶ୍ରୀ ସଶକ୍ତି କରଣ କର୍ମଶାଳା ଉଦଯାପିତ ହୋଇଯାଇଛି। ଅଧ୍ୟକ୍ଷ ହରେକୃଷ୍ଣ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଯାପନୀ ସମାରୋହରେ ପୂର୍ବତନ ଅଧ୍ୟକ୍ଷ ଚିତ୍ତ ରଞ୍ଜନ ରାଉତ ଯୋଗଦେଇ ଛାତ୍ରୀ ମାନଙ୍କୁ ଶକ୍ତିଶ୍ରୀ ସଶକ୍ତି କରଣ କର୍ମଶାଳାର ମହତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମ ର ମୁଖ୍ୟ ସଂଯୋଜିକା ଶ୍ରୀମତୀ ଲିପ୍ସା ପ୍ରିୟଦର୍ଶନୀ ବେହେରା, ଆତ୍ମରକ୍ଷା କାର୍ଯ୍ୟକ୍ରମର ସଂଯୋଜିକା ଶ୍ରୀମତୀ ନିଲମ ସାଓଁୟା, ଆତ୍ମରକ୍ଷା ପ୍ରଶିକ୍ଷକ ସୀମନ୍ତିନି ସାହୁ, ଶ୍ରୀମତୀ ସ୍ଵାଗତିକା ନାୟକ, ଶ୍ରୀମତୀ ମିନତୀ ବେହୁରିଆ, ବୃନ୍ଦାବନ ଓଝା, ରବୀନ୍ଦ୍ର ନାଥ ଜେନା, ଚକ୍ରଧର ଦାସ, ଜଳଧର ଦାସ, ଶ୍ରୀମତୀ ଶଶିକଳା ଦାସ, ମେନକା ରାଣୀ ଧୂରୁଆ, ପ୍ରିୟଙ୍କା ମହାନ୍ତି, ଚୁମୁକି ରାଣୀ ନାୟକ, ବିଶ୍ୱରଂଜନ ଜେନା, ଅଜୟ କୁମାର ଦାସ, ଜନ୍ମଜୟ ପ୍ରଧାନ, ସରିତା ପଣ୍ଡା, ଅଞ୍ଜନ କୁମାର ମହାନ୍ତି, ଗଙ୍ଗାଧର ପରିଡା, ଅନନ୍ତ ଚରଣ ବେହେରା, ବିଭୁତି ଭୂଷଣ ପହି, ଜ୍ୟୋତିରୂପା ମଲ୍ଲିକ, ସନାତନ ଖୁଣ୍ଟିଆ ପ୍ରମୁଖ ଅଧ୍ୟାପକ, ଅଧ୍ୟାପିକା, ଜର୍ମଚାରୀ ମାନେ ଉପସ୍ଥିତ ରହି ଛାତ୍ରୀ ମାନଙ୍କୁ ଆତ୍ମାରକ୍ଷା ତାଲିମର ଉଦେଶ୍ୟ ଶକ୍ତିଶ୍ରୀ ଆପ ସମ୍ବନ୍ଧରେ ଉପଦେଶ ଦେଇଥିଲେ।
