August 25, 2026

ଏସ ରାଉତପୂର ଆଦିବାସୀଙ୍କ ଥଇଥାନ ପାଇଁ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ ବିଧାୟକ

IMG-20260820-WA0068
Share

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଏସ ରାଉତପୁରରେ ଦୀର୍ଘଦିନ ଧରି ବସବାସ କରୁଥିବା ଆଦିବାସୀ ପରିବାରଙ୍କ ଥଇଥାନ ଓ ମୌଳିକ ସମସ୍ୟା ସମାଧାନ ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ ବିଧାୟକ ରୂପେଶ ପାଣିଗ୍ରାହୀ।

ଆଜି ସକାଳେ ବିଧାୟକ ଏସ ରାଉତପୁର ଗସ୍ତ କରି ସେଠାରେ ରହୁଥିବା ଆଦିବାସୀ ପରିବାରଙ୍କ ସହ ସାକ୍ଷାତ କରି ସେମାନଙ୍କ ସୁବିଧା-ଅସୁବିଧା ଓ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ବିଶେଷକରି ବାସଗୃହ ନଥିବା ପରିବାରମାନଙ୍କ ଥଇଥାନ ଓ ଆବଶ୍ୟକ ସରକାରୀ ସୁବିଧା ଯୋଗାଇଦେବା ନେଇ ବିଧାୟକ ଗୁରୁତ୍ୱାରୋପ କରିଥିଲେ।

ସ୍ଥାନୀୟ ଲୋକଙ୍କ ସମସ୍ତ ସମସ୍ୟାକୁ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରି ଶୀଘ୍ର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସେ ନିବେଦନ କରିବେ ବୋଲି କହିଥିଲେ। ଦୀର୍ଘଦିନ ଧରି ଏଠାରେ ରହୁଥିବା ଆଦିବାସୀ ପରିବାରଙ୍କ ଥଇଥାନ ପାଇଁ ସରକାରୀ ସ୍ତରରେ ଆଲୋଚନା କରାଯିବ ବୋଲି ବିଧାୟକ ଆଶ୍ୱାସନ ଦେଇଥିଲେ।

ଏହି ଗସ୍ତ ସମୟରେ ବିଧାୟକଙ୍କ ସହ ଗୋଷାଣୀ ବ୍ଲକ ଅଧ୍ୟକ୍ଷ ଏନ୍. ବୀରରାଜୁ, ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ଓ ଅନ୍ୟାନ୍ୟ ଜନପ୍ରତିନିଧି ଉପସ୍ଥିତ ଥିଲେ।