August 24, 2026

ଆଜି ସୋରଡ଼ା ବିଧାନସଭା କ୍ଷେତ୍ରର ର ସୋରଡ଼ା ବ୍ଲକ୍ ଅନ୍ତର୍ଗତ ହିଞ୍ଜିଳିକୁଦା ଗ୍ରାମପଞ୍ଚାୟତର ହିଞ୍ଜିଳିକୁଦା ଗ୍ରାମରେ ‘ଆୟୁଷ୍ମାନ ଆରୋଗ୍ୟ ମନ୍ଦିର’ ସ୍ୱାସ୍ଥ୍ୟ ଉପକେନ୍ଦ୍ରର ନୂତନ ଗୃହ ନିର୍ମାଣର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ

IMG-20260820-WA0066
Share

      ଆଜି ସୋରଡ଼ା ବିଧାନସଭା କ୍ଷେତ୍ରର ର ସୋରଡ଼ା ବ୍ଲକ୍ ଅନ୍ତର୍ଗତ ହିଞ୍ଜିଳିକୁଦା ଗ୍ରାମପଞ୍ଚାୟତର ହିଞ୍ଜିଳିକୁଦା ଗ୍ରାମରେ ‘ଆୟୁଷ୍ମାନ ଆରୋଗ୍ୟ ମନ୍ଦିର’ ସ୍ୱାସ୍ଥ୍ୟ ଉପକେନ୍ଦ୍ରର ନୂତନ ଗୃହ ନିର୍ମାଣର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମାନ୍ୟବର ସୋରଡ଼ା ବିଧାୟକ ଶ୍ରୀ ନୀଳମଣି ବିଷୋୟୀ।

 

ଗ୍ରାମାଞ୍ଚଳର ଲୋକଙ୍କ ପାଖରେ ସ୍ୱାସ୍ଥ୍ୟସେବାକୁ ଆହୁରି ସୁଗମ, ସୁଦୃଢ଼ ଓ ସୁଲଭ କରିବା ଦିଗରେ ଏହି ପଦକ୍ଷେପ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ନୂତନ ଗୃହ ନିର୍ମାଣ ହେବା ପରେ ହିଞ୍ଜିଳିକୁଦା ସମେତ ଆଖପାଖ ଅଞ୍ଚଳର ଅନେକ ଲୋକ ଉନ୍ନତମାନର ପ୍ରାଥମିକ ସ୍ୱାସ୍ଥ୍ୟସେବାର ସୁବିଧା ପାଇପାରିବେ।

 

ସ୍ୱାସ୍ଥ୍ୟ ହେଉଛି ସୁଖୀ ଜୀବନର ଆଧାର, ଆଉ ଉନ୍ନତ ସ୍ୱାସ୍ଥ୍ୟସେବା ହେଉଛି ବିକାଶର ପ୍ରଥମ ସୋପାନ। ସୋରଡ଼ା ଅଞ୍ଚଳର ପ୍ରତ୍ୟେକ ଗାଁରେ ମୌଳିକ ସୁବିଧା ପହଞ୍ଚାଇବା ସହ ଜନସାଧାରଣଙ୍କ ଜୀବନକୁ ଆହୁରି ସୁଗମ ଓ ସମୃଦ୍ଧ କରିବା ଦିଗରେ ଆମର ବିକାଶ ଯାତ୍ରା ଅବିରତ ଜାରି ରହିଛି।ସୋରଡ଼ା ରୁ ସଞ୍ଜୟ କୁମାର ସେଠିଙ୍କ ରିପୋର୍ଟ